STORYMIRROR

Prashanta Padhan

Others

3  

Prashanta Padhan

Others

ସାଜିଲ ଗୋ କଳଙ୍କିନୀ

ସାଜିଲ ଗୋ କଳଙ୍କିନୀ

1 min
338

କଳଙ୍କିତ ନାୟକଟେ ସାଜିଲି ମୁଁ

ତୁମ ପ୍ରତ୍ୟାଖ୍ୟାନ ପରେ

ଛାତିରେ ତୁମର ଆଉକା ସ୍ପନ୍ଦନ

ଆନ୍ଦୋଳିତ ହୁଏ ଧୀରେ ।।

ନିମିଷକେ ମୋଠୁ ହୋଇଗଲ ଦୂର

ସତୀତ୍ଵକୁ ସାଥେ ନେଇ

ହୃଦୟ ଦୀପରେ ପ୍ରେମର ସଳିତା

ଜାଳିଲ ଆଉକା ପାଇଁ  ।।

ପ୍ରେମ ସଙ୍ଗୀତର ସୁରିଲା ବଂଶୀକୁ

ଭାଙ୍ଗିଦେଲ ଅକାରଣେ

ଆଉକା ପ୍ରେମର କାମନା ନିଆଁରେ

ପତଙ୍ଗ ସାଜିଲ ତୁମେ  ।।

ନିରୁପାୟ ଅଟେ ନୀରବ ଦ୍ରଷ୍ଟା ମୁଁ

ତୁମେ ଏବେ ବାଟବଣା

ହଜେଇ ସାରିଛ ଠିକଣାକୁ ତୁମ

ଡେଇଁଅଛ ଶେଷ ସୀମା ।।

ଶେଷହେଲା ଏବେ ପ୍ରେମ ଖେଳ ତୁମ

ସାଜିଲ ଗୋ କଳଙ୍କିନୀ

ହାରିଗଲ ପ୍ରିୟା ପ୍ରେମର ବାଜିରେ

ନିଜେ ତୁମେ ଜାଣିଶୁଣି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍