STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ସାଇତି ରଖିଛି ସୁନା ଫରୁଆରେ

ସାଇତି ରଖିଛି ସୁନା ଫରୁଆରେ

1 min
13.9K


ସବୁ କଥା ମାନ ଅକୁହା ରହିଲା

କହିବ କହିବ କହିଲନି

ଦୂରେଇ ଯିବାର ଏତେ ଦିନ ପରେ

କିଆଁ ମନେପକାଉଛ ପୁଣି ।।

ପିଲା ଦିନର ସେ ବାଲିଘର କଥା

ମିଛ ବର,କନ୍ୟା ଧୂଳି ଖେଳ

ସପନ ସମାନ ଲାଗଇ ସିନା ଗୋ

ପିଲା ଦିନର ସେ ଖେଳ ବେଳ ।।

ଅଛି ସେଇ ଆମ୍ର କୁଞ୍ଜ କାନନ

ଆଜିବି କୋଇଲି ଗୀତ ଗାଏ

ସେଇ ନଈ ପଠା ସେ ଘର ଅଗଣା

ଗାଁ ଦାଣ୍ଡ ଏବେ ଝୁରି ହୁଏ ।।

ସେଦିନ ସେନେହ ସେଦିନ ସରାଗ

ମଉଳି ଯାଇଛି ଆଜି ସଖୀ

ଜୀବନର ଏଇ ସାୟାହ୍ନ ସଞ୍ଜରେ

ଭାବିଲେ ଆଉ ନପାଏ ଆଖି ।।

ଫେରିଯିବାର ସେ ବାଟ ଘାଟ ସହୀ

ସ୍ମୃତିରୁ ଯାଇଛି ସବୁ ହଜି

କେତେ ହଜାଇଛି କେତେ ବା ପାଇଛି

ହିସାବ ତା ରଖିନାହିଁ କିଛି ।।

ତଥାପି ଏବେ ବି ଉଙ୍କି ମାରେ ମନେ

ସେଇ ବିତି ଯାଇଥିବା ସ୍ମୃତି

ମନ ସିନ୍ଧୁକର ସୁନା ଫରୁଆରେ

ରଖି ଅଛି ଯାହା ମୁଁ ସାଇତି ।।

କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍