ସାହସୀ କନ୍ୟା
ସାହସୀ କନ୍ୟା
ତୁ ପରା ତାକୁ ଫିଙ୍ଗୁ ରାସ୍ତା କଡରେ
କେବେ ମାରି ଦେଉ ଗର୍ଭରେ ।
ହେଲେ ସେ ଯେ ସାହସିକତାର ନମୁନା
ନା ସେ ଡରେ ଜୀବନର ବାଧାକୁ
ନା ମନର ଭାବନା କୁ ।
ଅନ୍ଧାର ର ଇଲାକା ରେ ନା ଡରିଲା ଅକାତ ପାଣି କୁ
ନା ମଣିଷଖିଆ କୁମ୍ଭୀରକୁ ।
ବାସ୍ ବଢିଗଲା ଆଗକୁ ,,
ଜୀବନ କୁ ବଞ୍ଚେଇବାକୁ ।
ତା ଭାବନା ରେ କେବଳ ଶୁଭୁଥିଲା
ବୁଡିଯାଉଥିବା ଅସହାୟଙ୍କର
ଆର୍ତ୍ତଚିତ୍କାର ,କୋହ ଭରା ଡାକରା
ଅନୁଭବ ହେଉଥିଲା
ବଞ୍ଚିବା ପାଇଁ ମନର ଇଚ୍ଛା ।
ସତରେ ଧନ୍ୟ ତୁ ପୂର୍ଣ୍ଣିମା ,
ଧନ୍ୟ ତୁ ସବିତା ଆଉ
ଧନ୍ୟ ତୋର ଜନ୍ମଦାତ୍ରୀ ।
ନାମ ଯେମିତି ପୂର୍ଣ୍ଣିମା ,,
ସେମିତି ଆଣିଦେଲୁ ଲୋକଙ୍କ ଜୀବନେ ବଞ୍ଚିବାର ପୂର୍ଣ୍ଣ ଆଲୋକ ,,
ନାମ ଯେମିତି ସବିତା ,,
ସେମିତି ସାଜିଗଲୁ ସୂର୍ଯ୍ୟଙ୍କ ପରି ।
ସୂର୍ଯ୍ୟ ଅନ୍ୟକୁ ଆଲୋକ ଦେଲା ପରି
ତୁ ନିଜ ଜୀବନକୁ ଲଗାଇଲୁ ବାଜି ,
ଅକାତ ପାଣିରୁ ଟାଣି ଆଣିଲୁ ଜୀବନକୁ
ପୁଣି ଥରେ ଜୀବିତ ହେବାର ଆଶା ର ଦୀପ ଜଳାଇଦେଲୁ ମନରେ ।
ତୋର ଏ ସାହସିକତା କେତେ ନିଆରା ,,
ସମାଜ ପାଇଁ ତୁ ଉଦାହରଣଟେ ।
ତୋତେ ଦେଖି ଏ ସମାଜ
କନ୍ୟାକୁ ଆଉ ମାରିବନି ,
ଆଉ ବୋଧେ ଫିଙ୍ଗିବନି ବୋଝ ଭାବି ।
ତୋର କିର୍ତ୍ତି ରହିବ ଏ ଜଗତେ ସ୍ବର୍ଣ୍ଣ ଅକ୍ଷରେ ,
ସବିତା ଚମକିବ ଦିନରେ
ଆଉ ପୂର୍ଣ୍ଣିମା ଦୂରାଇବ ଅମା , ରାତ୍ରିରେ ।
(ଆଜିର ଏ ଲେଖା ଟି ଡଙ୍ଗାବୁଡି ଘଟଣାରୁ ୪୫ ଜଣ ଲୋକଙ୍କୁ ଉଦ୍ଧାର କରିଥିବା ଦୁଇ ଝିଅ ପୂର୍ଣ୍ଣିମା ଏବଂ ସବିତା ନିମନ୍ତେ )
●Priyadarsini Das Mohanty ●
●Asst teacher ●
●Balasore●
