STORYMIRROR

gouranga charan beura

Others

2.1  

gouranga charan beura

Others

ସାହିତ୍ୟପିତା ଫକୀରମୋହନ

ସାହିତ୍ୟପିତା ଫକୀରମୋହନ

1 min
27.1K


ଅଷ୍ଟାଦଶ ଶତାବ୍ଦୀର ପଂଚ ଦଶନ୍ଧିରେ(୧୮୪୩)

ପଦ ସ୍ପର୍ଶ କରିଥିଲ ଜାନୁଆରୀ ତେରରେ....

ବାଲେଶ୍ୱର ମଲ୍ଲିକାଶପୁର ଧନ୍ୟ ଯେ ହୋଇଲା,         

ସଂକ୍ରାନ୍ତିରେ ଭାଷା ରବି ଉଦୟ ଯେ ହେଲା...

ପିତା ଲକ୍ଷ୍ମଣ କୁମାର ମା' ତୁଳସୀ ଦେବୀ

ସୁପୁତ୍ର ପ୍ରଦାନେ ଧନ୍ୟ ଏ ଉତ୍କଳ ଭୂଇଁ.....

ଭାଷା ଆମ ଡୁବୁଥିଲା ମହା ପାରାବାରେ,

ଧଇଲେ ତାହାର ମଂଗ ମହା ଆନନ୍ଦରେ.....

ରଚିଗଲେ ସାରସ୍ୱତ ଗପ ଉପନ୍ୟାସ,

କବିତା ଲୋକ କାହାଣୀ ଆହୁରି ଅନେକ....           

 ନିଖୁଣ ଚଳଣୀ ଚିତ୍ର ସମାଜେ ଫୁଟାଇ,

ଓଡିଆ ଭାଷାର ରୂପ ଦେଲେ ସେ ବତାଇ.....

ଛ'ମାଣ ଆଠଗୁଣ୍ଠ ,ମାମୁଁ ଓ ଲଛମା

ବଗଲା ବଗୁଲି ସଂଗେ ଡାକମୁନସି ଲେଖା...

ପ୍ରାୟଶ୍ଚିତ, ରେବତୀ ଆଉ ରାଣ୍ତିପୁଅ ଅନନ୍ତା,

ପେଟେଣ୍ଟ ମେଡିସିନ୍ ସଂଗେ ଗଳ୍ପ ସ୍ୱଲ୍ପ କଥା...

ଅଧମ ବିତ୍ତର କଥା ଜୀବନ୍ତେ ଫୁଟାଇ,

ସମାଜର ମୁଖବନ୍ଧ ଦେଲେ ସେ ବତାଇ....

ଭାଷା ଆନ୍ଦୋଳନେ ଥିଲେ ଚିର ସବ୍ୟସାଚୀ,

ଓଡିଶା ମାଟି ପାଇଁ ସେ ଥିଲେ ଦଧିଚି...

ତେଲ ଲୁଣ ସଂସାରରେ ରହି ନିତିଦିନ,

ଆଂକୁଥିଲେ ଅନିଦ୍ରାରେ ଓଡିଆ ସପନ....

ଉନବିଂଶ ଶତାବ୍ଦିର ଦୁଇ ଦଶନ୍ଧୀରେ(୧୯୧୮)

କାଳଜୟୀ ହୋଇଗଲ ଜୁନ ଚଉଦରେ......

ଜନମିଲ ସଂକ୍ରାନ୍ତିରେ ଗଲ ସଂକ୍ରାନ୍ତିରେ,

ଛାଡିଗଲ ଅୟ ଯଶ ଏ ପୂଣ୍ୟ ମହୀରେ,

ଲୁଚୁଥିଲେ ଦିନମଣି ମୁହଁକୁ ଲୁଚାଇ,

କାନ୍ଦୁଥିଲେ କବିଗଣ ଲୋତକ ଗଡାଇ....

      "ନମସ୍ୟ ଫକୀର ମୋହନ"

------ଗୈାରାଂଗ ଚରଣ ବେଉରା------------

----ଶିକ୍ଷକ,କୁଲିଆମାଲ ଉଚ୍ଚ ବିଦ୍ୟାଳୟ--------


Rate this content
Log in