Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PURNA CHANDRA PANDA Purna

Others

3  

PURNA CHANDRA PANDA Purna

Others

ସାହିତ୍ୟ ଓ ସମାଜ

ସାହିତ୍ୟ ଓ ସମାଜ

1 min
171



ସୃଷ୍ଟିର ଅନାଦି କାଳରୁ ମନୁଷ୍ୟ

ସମାଜରେ ରହି ଅଛି  

ସମାଜର ଅଗ୍ରଗତି ସୃଷ୍ଟି ସ୍ଥିତି

ଲୟ ମଧ୍ୟରେ ବଞ୍ଚିଛି ll 1


ସମାଜ ନଥିଲେ ଭାଷା କେବେହେଲେ

ଜନମ ହୋଇ ନଥାନ୍ତା  

ଭାଷା ବ୍ୟବହାର ନଥିଲେ ମାନବ

ସଭ୍ୟତା କିପରି ଥାନ୍ତା..? Il 2


ପ୍ରାଚୀନ ଜୀବନ ଆଧ୍ୟାତ୍ମ ବିକାଶ

ସାହିତ୍ୟରେ ପରିପୁଷ୍ଟ  

ଜାତି ଓ ଦେଶର କଲ୍ୟାଣ ବିଧାନ

ସାହିତ୍ୟ ନେଇ ସଂଶ୍ଲିଷ୍ଟ ll 3


ସମାଜେ ମାନବ ପାଇଁ ସମ୍ୟକରେ

ହିତ ସାଧଇ ନିଶ୍ଚିତ  

ସମାଜ ସାହିତ୍ୟ ଅଙ୍ଗାଙ୍ଗୀ ଜଡ଼ିତ

ପଥ କଢାଏ ସାହିତ୍ୟ ll 4


ଆଜି ସମାଜର ପୂର୍ଣ୍ଣ ବିକାଶକୁ

ଭାଷା ସାହିତ୍ୟ ବହଇ  

ତେଣୁ ଭାଷା ଅଟେ ସମାଜ ଦର୍ପଣ

ବିକାଶ ଓ ଭିତ୍ତି ତହିଁ ll 5


ମନୁଷ୍ୟ ମନର ସୁଖ ଦୁଃଖ ଭାବ

ଆନନ୍ଦ ବିଷାଦ ହାସ୍ୟ  

ଲୁହ ଓ ବିଭତ୍ସ ଭଲମନ୍ଦ ସହ

ହାନି ଲାଭ ଦିଏ ଦୃଶ୍ୟ ll 6


ମନୁଷ୍ୟ ନିଜର ପାରିପାଟୀ ବାଛେ

ଦର୍ପଣ ଆଗରେ ରହି  

ସାହିତ୍ୟ ସମାଜ ବେଶ ପୋଷାକକୁ

ଗଳ୍ପ କବିତାରେ କହି ll 7


ସମାଜ ସାହିତ୍ୟ ଦର୍ପଣେ ଦେଖଇ

ନିଜ ଦୋଷ ଗୁଣ ଯେତେ  

ଯତ୍ନବାନ ହୁଏ ଦିନୁ ଦିନ ସିଏ

ପଥ ପ୍ରଦର୍ଶକ ସତେ ll 8


ସାହିତ୍ୟ ଦିଅଇ ଉପଯୁକ୍ତ ମୂଲ୍ୟ

ବାନ ବାଣୀ କେତେ ଆଣି  

ଭାବ ଧାରା ଆଉ ପଠନ ଶଇଳୀ 

ମହତ ପୁରୁଷ ବାଣୀ ll 9


ଉପଯୁକ୍ତ ମର୍ଯ୍ୟାଦା ଦାନେ ସାହିତ୍ୟେ

ପଥଚ୍ୟୁତ ଭୟ ନାହିଁ  

ଆଦର୍ଶ ନେତୃତ୍ୱ ପଥରେ ସାହିତ୍ୟ

ସଭିଙ୍କୁ ସାଥି କରଇ ll 10



Rate this content
Log in