STORYMIRROR

Sandhyarani dash

Others

3  

Sandhyarani dash

Others

ସାହାନାଇ

ସାହାନାଇ

1 min
149

ଶୁଭ ଶାହାନାଇ ବାଜିଲା ରେ ଆଜି

ମୋ କଣ୍ଢେଇ ବାହାଘର,

ସାରା ମହଲର ଖୁସିର ପସରା

ଝିଅ ଯିବ ଶାଶୂଘର।

ସୁଖର ସପନ ସତ ହେବ ଆମ

ବାହା ଦେବେ ବାପା ବସି,

ନୂଆ ନିଡ ଗଢି ଝିଅ ଜ୍ବାଇଁ ଆମ

ଆନନ୍ଦେ ରହିବେ ହସି।

ଅନେକ ସଂପର୍କ ଯୋଡ଼ି ହୋଇଯିବ

ଝିଅର ଜୀବନ ପଥେ,

ରଚିବାକୁ ହେବ ନୂଆ ନୀଡ଼ ଟିଏ

ବାପା ମା ନ ଥିବେ ସାଥି।

ପାଦରେ ପାଦକୁ ମିଶାଇ ଚାଲିଲେ

ଝୁଣ୍ଟି ବନି କେବେ କେହି,

ଚଲାପଥ ତୁମ କୁସୁମିତ ହେଉ

ଏହି ଆଶିଷଟି ଚାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍