ସାହା
ସାହା

1 min

209
ଅଚିହ୍ନା ସହରେ
କରିଅଛ ଘର
ଏଠି କେହି ନୁହନ୍ତି
କା' ନିଜର,
ରକ୍ତର ରଙ୍ଗ
ଏକା ହେଇପାରେ,
ହେଲେ ନିଜ ରକ୍ତ ବି
ନୁହେଁ ନିଜର l
ମିଛ ଅଭିନୟ
ମିଛ ଆଶ୍ୱାସନା
ବୁଝିଯାଅ ସବୁ ଏଥର
ଭୋଗ ସରିଯିବ
କାଳ ପୂରିଯିବ
ନ ଯିବେ କେ
କାହା ସାଥିର !
ସଂସାର ଯାକର
ସୁଖ ସାଉଁଟୁଛ
ଯାହା ପାଇଁ ଏତେ ଯତ୍ନରେ,
କ୍ଷଣିକରେ ପର କରିଦେବେ
ସେହି, ବାଧା ପଡିଗଲେ
ତାଙ୍କ ସ୍ୱାର୍ଥରେ !
ବିଚିତ୍ର ସଂସାର
ବିଚିତ୍ର ଜୀବନ
ତା ଠାରୁ ବିଚିତ୍ର
ଏଇ ମଣିଷ ଜାତି,
ତେବେ କିମ୍ପା ଶୋକ
ଭୁଲି ସବୁଯାକ
ତାଙ୍କ ପାଦପଦ୍ମରେ
ବେଳ ଥାଉ ଥାଉ ନେଲେ ଆଶ୍ରୟ
ନିଶ୍ଚୟ ସେ ସାହା ହୁଅନ୍ତି l