ସ୍ଵାଗତିକା
ସ୍ଵାଗତିକା
1 min
177
ସ୍ଵାଧିନତା ଆସିଛି :
ବୁଦ୍ଧକ ସ୍ମିତ ହାସ୍ୟରେ
ଅହେତୁକ ମୂଲ୍ୟବୃଦ୍ଧିରେ
ଓ ସୈରିନ୍ଧ୍ରୀର ସ୍ୱୀକାରୋକ୍ତିରେ ।
ସ୍ଵାଧିନତା ଆସିଥିଲା :
ବନ୍ଦୀର ଆତ୍ମ କଥାରେ
କ୍ରମବର୍ଦ୍ଧିଷ୍ଣୁ ହୃଦୟର ବିଭାଜନରେ
ଓ ଅହଲ୍ୟାର ଜୀବନ୍ୟାସରେ ।
ସ୍ଵାଧିନତା ଆସିଛି :
ଅନୁପମ ଆତ୍ମସମୀକ୍ଷାରେ
ଅଭିନବ କାର୍ଯ୍ୟ ଯୋଜନାରେ
ଓ ଅଟଳ ଆତ୍ମପ୍ରତ୍ୟୟରେ ।
