Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotiranjan Acharya

Others

3  

Jyotiranjan Acharya

Others

ସାଗରରୁ ବୁନ୍ଦାଏ

ସାଗରରୁ ବୁନ୍ଦାଏ

1 min
146


ଛନ୍ଦା ଚରଣ ହେ 

ଛନ୍ଦ ମୁଁ ଜାଣେନା 

ତୋ ଗୀତ ଲେଖିବା ପାଇଁ,

ନିଛନ୍ଦ ହୃଦୟେ 

ତୁମ ଛବି ରହୁ 

ଏତିକି ମାଗୁଛି ମୁହିଁ ।

ବନ୍ଧା ଏ ଜୀବନ

ସଂସାର ବନ୍ଧନେ

ବନ୍ଦୀଟିଏ ପରି ଜୀଏଁ,

ନିର୍ବନ୍ଧନ କର

ହେ ନନ୍ଦ ନନ୍ଦନ

ମୁକ୍ତ କଣ୍ଠେ ଯଶ ଗାଏ ।

ଲେଖି ଆସେ ନାହିଁ

ଶବ୍ଦ ସ୍ଫୁରେ ନାହିଁ

ହୁଏ ମୁଁ ଯେ ବାକ୍ୟହୀନ,

ଅଲେଖ ଅବ୍ୟକ୍ତ

ନିଃଶବ୍ଦ ବ୍ରହ୍ମ ହେ

ଦିଅ କାଣିଚାଏ ଜ୍ଞାନ ।

କଲମରୁ ପଛେ

ସ୍ୟାହି ସରିଯାଉ

କାଗଜ ବି ଯାଉ ଭରି,

ଶରୀରରୁ ପଛେ

ଶ୍ବାସ ସରିଯାଉ

ନସରୁ ଗୀତ ତୁମରି ।

ଏତିକି ମୋ ବାଞ୍ଛା

କରିବକି ପୂର୍ଣ୍ଣ

ତୁମେ ପରା ବାଞ୍ଛାନିଧି,

ବୁନ୍ଦାଏ ବାରିକି

ଦାନ କଲେ ଶୁଖେ

ଅଥଳ ଜଳ ଜଳଧି ।



Rate this content
Log in