ସାଗର
ସାଗର
1 min
106
କେତେ ବେଦନା କୁ ଆକଣ୍ଠ ଗ୍ରା ସି ସେ
ସ୍ଵାଦ ହୀନ ତାର ବକ୍ଷ
ସାରା ସଂସାର ର ତଟିନୀ ସୁଅ ରେ
କେତେ ଯେ ଅବ୍ୟକ୍ତ କଷ୍ଟ ୧
ଢାଳି ଥାଏ ସବୁ ସାଗର ବକ୍ଷ ରେ
ଦିବା ନିଶୀ ଅହରହ
ମିଶି ଯାଏ ପୁଣି ବାଷ୍ପ ରୁଦ୍ଧ ନଭ
ଢାଳେ ଅସରନ୍ତି କୋହ ୨
ସବୁ ବେଦନା କୁ କରୁଚି ଗର୍ଭ ସ୍ଥ
କେତେ ବିଶାଳ ତା ହୃଦ
ପ୍ରଶାନ୍ତ ବକ୍ଷ ରେ କରେ ଆଲିଙ୍ଗନ
ନିଜେ ହୁଏ ଲବଣାକ୍ତ ୩
ତଥାପି ସାଗର ହୁଏନି ବିଚ୍ୟୁତ
ସତେ କେତେ ସ୍ଥିତପ୍ରଜ୍ଞ
ସେତିକି ଶିକ୍ଷା ତ ଯଥେଷ୍ଟ ନୁହେଁ କି
ମାନବ ପାଇଁ କି ଯୋଗ୍ୟ ୪
