ସାଗର ପ୍ରତି
ସାଗର ପ୍ରତି
1 min
158
ନଗ୍ନ ବାଲୁକା-ଭଗ୍ନ ଶାମୁକା
ସୁନୀଳ ଊର୍ମି- ସହଜେ ଭ୍ରମି
ସୁନେଲି ରେଣୁ-ପ୍ରାନ୍ତରେ ଯେଣୁ
ଶଯ୍ୟା ବିସ୍ତାର- ପଥ ପ୍ରାନ୍ତର
ଗୋଧୂଳି ଲଗ୍ନ- ଭାବରେ ମଗ୍ନ
ସନ୍ଧ୍ୟା ସମୟ-ଚିତ୍ତ ବିସ୍ମୟ
ଧୀର ଆଳାପ-ମଧୁ ଗଳପ
ଜାଗେ ବେପଥୁ-ତା' ମନୋରଥୁ
ମୁଦ୍ରିତ ଚକ୍ଷୁ-ଆୟତ୍ତେ ରଖୁ
ଜୁଆର ଭଟ୍ଟା-ଜୀବନ ସତ୍ତା
