STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ସାଗର କୂଳିଆ ହାତୀ

ସାଗର କୂଳିଆ ହାତୀ

1 min
12.6K


ନୀଳ ସାଗର କୂଳିଆ ମୋ କଳା ହାତୀ

ନୀଳଶଇଳ କନ୍ଦରେ ତା ଉଦବସତି

ନୀଳ ନଭେ ଫରଫର ହୋଇ ଉଡୁଛି

ନୀଳଚକ୍ର ରେ କେତନ କି ଦିନ ରାତି

ନୀଳ ସାଗର କୂଳିଆ…।।

ନୀଳାମ୍ବର ବଡ଼ଭାଇ ସଙ୍ଗେ ଭଗିନୀ

ନୀଳମଣି ଜ୍ୟୋତି ଜିଣା ମୋ ନୀଳମଣି

ନିଷାଦ ରାଜ ପୂଜିତ ଅନନ୍ତ ମୂର୍ତ୍ତି

ନିବାରେ ଆରତୀ ଆର୍ତ୍ତ ସେ ରମାପତି

ନୀଳ ସାଗର କୂଳିଆ…।।

ନିଉଛାଳି ହୋଇ ନିତି ପଦ ବନ୍ଦାନ୍ତି

ନିରତ* ଆସନେ ବସି ଯେ ଖଗପତି

ନିଃଶଙ୍କେ ଶରଣ ଗଲେ ମିଳଇ ମୁକ୍ତି

ନିରାଶ୍ରୟର ଆଶ୍ରୟ ସେ ଅଗତି ଗତି

ନୀଳ ସାଗର କୂଳିଆ…।।

ନିବେଦନ କରେ ଶୁଣ ମୋର ଭାରତୀ

ନିବୃତ ନକର କେବେ ପ୍ରଫୁଲ୍ଲ ମତ୍ତି

ନୀଳମାଧବ ହେ ତବ ସେବା ଆଳତି

ନିରବଧି କରେ ଘେନ ଏହି ବିନତି

ନୀଳ ସାଗର କୂଳିଆ…।।

(*ନିରତ—ଅନୁରକ୍ତ)


Rate this content
Log in