ସାଧବ ବୋହୂ
ସାଧବ ବୋହୂ
ସାଧବବୋହୂ ଲୋ ସାଧବବୋହୂ,
ବରଷ ସାରା ତୁ କେଉଁଠି ରହୁ?
ବରଷା ଦିନେ ତୁ ଦର୍ଶନ ଦେଉ,
ସଜବାଜ ହୋଇ କୁଆଡେ ଯାଉ?
ଦେହରେ ଘୋଡେଇ ରକତ ପାଟ,
ଘାସ ଗାଲିଚାରେ ଚାଲୁ ଯେ ବାଟ ।
ମଥାରେ ତୋହର ନାଲି ଓଢଣୀ,
ନୂଆ ବୋହୂ ପରି ଚାଲି ଗୁଣ୍ଠୁଣି।
ନାଲି ରୂପ ତୋର ଦିଶେ ସୁନ୍ଦର,
ମଖମଲ ପରି ଦେହ ତୋହର।
ପ୍ରଦୂଷଣ ଯୋଗୁଁ ବଢୁଛି ତାପ,
ଧିରେ ଧିରେ ତୋର ହେଲାଣି ଲୋପ।
ସାଧବପୁଅର କୀରିତି ଗାଥା,
ତୋତେ ଦେଖି ମନେ ପଡୁଛି କଥା।
ଜାଭା ସୁମାତ୍ରାରେ କରି ବେପାର,
ପୁର କରିଥିଲା ରତ୍ନ ଭଣ୍ଡାର ।
