Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Others

3  

Ansuman Swain

Others

ସାଧବ ବୋହୁ

ସାଧବ ବୋହୁ

1 min
190



ଚାନ୍ଦ ଆସିଗଲେ ସରସୀରେ କଇଁ

    ସୁନ୍ଦର ଶୋଭିତ ଦିଶେ

ସାଧବ ବୋହୁଟି ହସୁଥିଲେ ସଦା

     ଘର ଅଗଣାଟି ହସେ ।


ରଜନୀର ଧାରେ ହେନା ପୁଷ୍ପ ବାସେ

   ମୁଗ୍ଧ ହୋଇଯାଏ ମନ

ଘର ଛାଡି ଘର ଆସିଲେ ଝିଅଟି

  ଦେଖେ ନୂଆ ନୂଆ ସ୍ୱପ୍ନ ।


ମନ୍ଦିର ପରିକା ଗଢ଼ି ତୋଳେ ସିଏ

    ସଭିଙ୍କୁ କରେ ନିଜର

ଶାଶୁ ଶଶୁରଙ୍କୁ ଦେବ ତୁଲ୍ୟ ଭାବି  

   ମନେ ବାନ୍ଧେ ବାରବାର ।


ସ୍ୱାମୀର ମନକୁ ସଦା ଖୁସି ରଖେ 

   କହେନି ଟାଣ ବଚନ

ସବୁ ଦୁଃଖକୁ ସେ ଲୁଚାଇ ରଖିକି

      କରି ଥାଏ ସମାଧାନ ।

 

ସୁନ୍ଦର ମିଳନ ଆହେ ଘନଶ୍ୟାମ

    ସଦା ତମେ ବାନ୍ଧି ରଖ

ତମରି ଆଶିଷେ ତମରି ପରଶେ

    ଦେଉ ଥାଅ ବହୁ ସୁଖ ।



Rate this content
Log in