STORYMIRROR

Ramesh takri

Others

4  

Ramesh takri

Others

ସାବତ ମାଆ

ସାବତ ମାଆ

1 min
129

କାଲିଇ ଝିଅଟି   ଆଜିର ସେ ନାରୀ

    ଆଗକୁ ହୋଇବ ମାଆ

ମାଆ ହେଉ ଅବା   ସାବତ ମାଆଟି

    ଅନ୍ତର ଦୁଇଟି ନାଆ ।୧।


ମାଆ ପରି କେବେ   ହୋଇପାରେ ନାହିଁ

    ସାବତ ମାଆର ମନ

 ଲାଳନ ପାଳନ.  ସେବା ଯତନରେ

    ହୋଇ ପାରେନା ସମାନ।୨।


ସାବତ ମାଆର   କୋଠର ମନକୁ

    ନିଷ୍ଠୁର ତା ବ୍ଯବହାର

ପୁଅ ଝିଅ ମନେ   ଆଘାତ ହୁଅଇ

    ଦୁଃଖ ହୁଏ ବାର ବାର।୩।


ସାବତ ମାଁ ଯେତେ   ଅଛନ୍ତି ଜଗତେ

    ନୁହନ୍ତି ସର୍ବେ ସମାନ

କେତେ ଜଣଙ୍କର   ହୀନ କର୍ମ ପାଇଁ

    କଳଙ୍କ ହୁଏ ଜୀବନ ।୪।


ମାଆ ନ ହୋଇ ବି   ମାଆର ସମ୍ମାନ

    ବଞ୍ଚାଇ ରଖିବା ପାଇଁ

ସମାଜରେ ନିନ୍ଦା   ଅପମାନ ପାଇ

    ସାବତ ମାଆ ହୁଅଇ ।୫।


ଅନେକ ଭୂମିକା   ଅଭିନୟ କରେ

    ନାରୀର କେତେ ଯେ ରୂପ

ଆପଣା ଜୀବନେ   ଅଭିନୟ ତା'ର

    ହେଉ ପୂଣ୍ଯ ଅବା ପାପ ।୬।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍