Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Others

3  

Rama chandra Pradhan

Others

ସାବତ ମା

ସାବତ ମା

1 min
307



ହେଉ ସେ କୈକେୟୀ 

ହେଉ ସେ କୌଶଲ୍ୟା 

   ସାବତ ହେଉକି ଯାହା

ହେଉ ସେ ରାକ୍ଷସୀ 

ହେଉ ସେ ପାଷାଣୀ 

    ମାଆ ସବୁ ଯୁଗେ ମାଆ ।

ଯଦି କଳଙ୍କିତ  

ସାବତ ମା ' ଆଜି 

  ଏଇ ଆମ ସମାଜରେ 

ତଥାପି ସେ' ମାଆ  

ଭଲ ପାଅ ତାକୁ 

  ଅତି ସ୍ନେହ ସରାଗରେ ।

ତୁମ ସ୍ନେହ ପ୍ରେମେ 

ଧୋଇ ହୋଇଯିବ 

    ନିଷ୍ଠୁର ଵିମାତା ନାମ 

ବୁଝି ସେ ପାରିବ  

ପର ରକତ ବି 

  ଝରାଏ ବାତ୍ସଲ୍ୟ ପ୍ରେମ ।

ସାବତ ମାଆର 

କଳଙ୍କ ଲିଭିଲା 

    ହେଲା ସେ ସନ୍ତାନ ସାହା 

ପାଷାଣ ହୃଦୟ 

ଗଲାରେ ତରଳି 

    ଝରିଲା ପଦିଏ ଆହା । 

ଅମୃତର ଝରା 

ଗଙ୍ଗାନଦୀ ଧାରା 

   ଏଇ ଦୁନିଆରେ ମାଆ 

ପୁରାଣରେ ଲେଖା 

ସମ୍ପର୍କର ଗାଥା 

  ନୁହେଁ ସେ ସାବତ ମାଆ । 


   


Rate this content
Log in