ସାବିତ୍ରୀ ବ୍ରତ
ସାବିତ୍ରୀ ବ୍ରତ
ହୋଇଥିଲେ ସତୀ ସାବିତ୍ରୀ ଦିନେ
ସ୍ୱାମୀ ସତ୍ୟବାନଙ୍କ ପାଇଁ ପ୍ରାଣ କବଚ।।
ଯମଙ୍କ ଠାରୁ ଆଣି ଥିଲେ ସତୀ ସ୍ୱାମୀଙ୍କର ଜୀବନ ହୋଇ କବଚ।।
ସେହି ଦିନ ଠାରୁ ଏ ସଂସାର ଜାଣିଲା ସାବିତ୍ରୀଙ୍କର ବ୍ରତ।।
ସ୍ୱାମୀଙ୍କ ଆୟୁଷ ପାଇଁ ରଖନ୍ତି
ପତ୍ନୀ ବ୍ରତ ଲେଖାରହିଛି ଭାଗବତ।।
ଏମିତି ଜଣେ ଥିଲେ ସତୀ ସାବିତ୍ରୀ ଯାହାଙ୍କ ସ୍ୱାମୀ ପ୍ରେମ ଓ ସତ୍ୟ ପଥେ ତାଙ୍କରି ଥିଲା ମନ।।
ଯେଉଁ ସମୟରେ ସ୍ୱାମୀ ସହ ଯାଇଥିଲେ ଦିନେ ସାବିତ୍ରୀ ଘୋର ବନ।।
କେମିତି ଥିଲା ସେ ଦିନ ସତ୍ୟବାନଙ୍କର ଜୀବନ ହରିନେଲେ ସେ କ୍ଷଣି ଯମରାଜନ।।
ସତୀ ସାବିତ୍ରୀ ସତ୍ୟକୁ ଆଦରି ମାଗିନେଲେ ଯମଙ୍କଠୁଁ ସ୍ଵାମୀଙ୍କର ପ୍ରାଣ ଦେଇଦେଲେ ବରଦାନ।।
ଦୁଃଖ ସୁଖରେ ଦୁହେଁ ଦୁହିଁଙ୍କ
ପାଇଁ ଜୀବନକୁ ହୋଇଥାନ୍ତି ଯୋଡି।।
ଯେତେ ଝଡ଼ ହେଉ, ହେଉ ଦୁଃଖର ଜୀବନ କେବେ ଯିବା ନାହିଁ ବିଗିଡ଼ି।।
ଜନମ ଜନମ ପାଇଁ ସାଥି ହୋଇ ଚାଲିବା ପାଇଁ ହୋଇ ଛନ୍ତି ଜନମ।।
ସବୁବେଳେ ସତ୍ୟ ପଥେ ଥାଉ ମନ
ସତୀ ସାବିତ୍ରୀ ପରି ଝିଅ ହେଉଥାନ୍ତୁ ଜନମ।।
ମୃତ୍ୟୁକୁ ହରେଇ ବଞ୍ଚିଯିବ ସେ ରାଜନ।।
ସାଥିରେ ଥିଲେ ସତୀ ସାବିତ୍ରୀ ପରି ଡରିବିନି କେବେ ସ୍ୱାମୀ ମନ।।
ଝିଅ ହେଲେ ବି ସେ ଦେବୀ,କାହା ଘରର ଗେହ୍ଲା ମୋତି।।
କାହା ଘରେ ରାତିର ଆଲୋକ ଜ୍ୟୋତି।।
ଦେବୀ ରୂପେ ସେହି କନ୍ୟା ପାଉଅଛି ପୂଜା।।
ସାରା ସଂସାର ଯାହାଙ୍କୁ କୁହ ମାଆ ଦଶଭୁଜା।।
ଜଗତ ଜାଣିଲା ସ୍ୱାମୀ ସ୍ତ୍ରୀଙ୍କର ମହତ।
ସତ୍ୟ ଧର୍ମ ବିଚାର ସୁକାର୍ଯ୍ୟରେ ଯିଏ ଦେଇଥାଏ ଚିତ।।
ଆସିଗଲେ ଯେତେ ବଡ଼ ଦୁଃଖ ହାରିବନି ଏ ଜଗତ।।
