STORYMIRROR

banaja nandini mishra

Others

3  

banaja nandini mishra

Others

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ

1 min
143


1--ନାଁ ମୋର କେବେ ଲୋଡ଼ା ଥିଲା

ରାଜମହଲ ଅଚଳାଚଳ ସମ୍ପତ୍ତି 

ନାଁ ଜହ୍ନତାରା ହୀରା ମୋତି 

 ପ୍ରାଣର ପ୍ରାଣପ୍ରିୟ ମୋର  

ପ୍ରଭୁଙ୍କ ଅପାର କରୁଣାରୁ 

ତୁମକୁ ପାଇ ମୁଁ ସବୁ ପାଇଛି 

ତୁମରି ଖୁସିରେ ମୋର ଖୁସି   


2--ତୁମେ କୁହ ଜୀବନ ସଂଘର୍ଷର ରୂପାନ୍ତର

ଖରା ଛାଇ ଆଲୁଅ ଅନ୍ଧାର  

ସାଥୀ ହୋଇ ଚାଲିବାକୁ ହେବ

ବାଟ ଅଛି ବହୁଦୂର 

ଥାଉ ଯେତେ ମତ ମତାନ୍ତର 

ତୁମ କଥା ମାନି ନେଇଛି ମୁଁ 

ତୁମେ ମୋ ସପନ ତୁମେ ମୋ ଜୀବନ 

ତୁମେ ମୋର ମଥାର ସିନ୍ଦୂର   


3--କିଛି ମାଗିବିନି ବୋଲି ଭାବିଥିଲି

ଖାଲି ଦେଇଯିବି  

ହେଲେ ପାରିଲିନି 

ରାଗରୁଷା ମାନ ଅଭିମାନ 

ଯାହାବି କରିଛି 

ତୁମ ସ୍ୱାଭିମାନ ଆଉ ସହନଶୀଳତାର

ନିଆରା ପଣରେ 

ସେ ସବୁକୁ ଆଦରି ନେଇ

ସୁଖ ଦୁଃଖ ହସଲୁହ ରେ ସାଥୀ ହୋଇ

ଖୁସିରେ ରଖିବାର ପ୍ରତିଶୃତି ଦେଇ

ନାବିକ ହୋଇ ମୋ ଜୀବନ ନାଆର

ମଙ୍ଗ ଧରିଛ   


4---ସଂସାର ସାଗରେ ବତୀଘର ହୋଇ

ଦିଗ ଦେଖାଉଛ  

ପ୍ରେରଣା ଦେଇ

ଜୀବନର ଅମଡ଼ା ବାଟରେ

ମଥା ଟେକି ବାଟ ଚାଲିବାକୁ

ରାସ୍ତା ଦେଖାଉଛ 

ତୁମ ମନର କୋମଳ ସ୍ପର୍ଶ ଦେଇ

ବିଶ୍ୱାସ ଭରସା ର ଶକ୍ତ ଡୋରିରେ

ଆମ ସମ୍ପର୍କକୁ ବାନ୍ଧି ରଖିଛ 

ଖୁସି ଲାଗେ ଯେବେ ତୁମେ

ନିରବରେ ମୋ ଜିତିବାକୁ ନେଇ

ଆସ୍ତେ କରି ହସି ଦେଉଛ  


5--ମିନତୀ ମୋ ଘେନ ଜଗନ୍ନାଥ  

ସବୁତ ଦେଇଛ  

ସ୍ୱାମୀ ପାଇଁ କରୁଅଛି ସାବିତ୍ରୀ ବ୍ରତ   

ବ୍ରତରେ ରହିଛି ମୋର ବିରାଟ ସ୍ୱାର୍ଥ 

ଦିଅ ଆଶୀର୍ବାଦ  

ମୋ ଶେଷ ନିଦ୍ରା ତାଙ୍କ କୋଳରେ ହେଉ 

ତାଙ୍କ ହାତେ ଅହ୍ୟ ଡେଙ୍ଗୁରା ବାଜି ବାଜି 

ମୋ କୋକେଇ ମଶାଣୀକୁ ଯାଉ 

ତାଙ୍କରି ହାତରେ ମେଞ୍ଚେ ସିନ୍ଦୂରରେ 

 ଭରି ଯାଉ ମୋର ସୀମନ୍ତ 

ଭରି ଯାଉ ମୋର ସୀମନ୍ତ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍