STORYMIRROR

SUKANTA KHANDA

Others

3  

SUKANTA KHANDA

Others

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ

1 min
185


ଦିନେ କୁମାର ପୂର୍ଣ୍ଣିମା ଓଷା କରୁଥିଲି

ପାଇବାକୁ ସୁଠାମ ବରଟେ

ସତ୍ଯ,ଶାନ୍ତି ଆଉ ପବିତ୍ରତାରେ

ଧର୍ମ,କର୍ମ ଆଉ ଏ ସଂସ୍କୃତିର ହାଟରେ।


ହେଲେ ଧରି ପଳାଇଲି 

ଯିଏ ମୋତେ ଭଲରେ ରଖିବାକୁ କଥା ଦେଇଥିଲା

ଭରପୂର ସୁଖ ଆଉ ଶାନ୍ତି

ଇଛା ଅନୁଯାୟୀ ଖାଇବା,ବୁଲିବା ରହିବା ଓ ପିନ୍ଧିବା

କିନ୍ତୁ ସବୁ ବିପରୀତ

ଦିନେ ହେଲେ ସୁଖ ନାହିଁ ବଞ୍ଚିବାକୁ ଏଠି।


ଆଜି ସାବିତ୍ରୀ ବ୍ରତ

ବାପ ଘରୁ ତ ଆସିବନି ଭାର 

ଏ ନିଆଁଲଗାକୁ କହୁଛି ତ ମଦ ପେଟେ ପିଇ ଟଳମଳ।


ଆକାଶର କଟା ଗୁଡି଼ ପରି ଝୁଲୁଛି

ବୋଲ ମାନୁ ନାହିଁ କାହାର

କେତେ ଉପବାସ ରହିବି

ପାନେ ଚଢେ଼ଇ ନ ଦେଲେ

କେମିତି ହୁଅନ୍ତା କୁହ?


ମନର ଆକାଶ ତଳେ 

ସବୁଜ ଏ ସ୍ବପ୍ନ ଚୂରମାର ହେଲା

ଝିଲିମିଲି ଚମକୁଥିବା ଇନ୍ଦ୍ରଧନୁ ବି ଲିଭିବା ଆରମ୍ଭ କଲାଣି

ମୋତେ ଅଣ୍ଟା ଭିଡି଼ବାକୁ ହେବ

ଦୀର୍ଘ ଭବିଷ୍ଯତ...

ନାନା ଏ ବର୍ତ୍ତମାନ ପାଇଁ।


ଭକ୍ତିରେ ଓ ଶକ୍ତିରେ ପୂଜାଟେ କଲି 

ବାଲି,ପାଣି,ପବନ ଓ ମନର ଫୁଲରେ

ଆବାହନ କଲି ଈଷ୍ଟଙ୍କୁ 

ଭରପୂର ଆନନ୍ଦରେ ରହିବାକୁ।


ନିଆଁଲଗା ଆଜିର ଦିନରେ ବି ସେଇ ଏକା କାମ

ମଦର ନିଶାରେ ଅପଭାଷା ଆଉ ଅପକଥା

ସେ ଦେଖି ପାରିଲାନି ତାର ମାଆ କି ଭଉଣୀ

ଅଣ୍ଟାରୁ ଡୋର ଖୋଲି ଫିଙ୍ଗିଦେଲା ମୋରି ଉପରକୁ।


ମୋତେ ଅସହ୍ଯ ତା କୁତ୍ସିତ ବ୍ଯବହାର

ପାନେ ଚଢେଇ ଦେଲି ଛାଞ୍ଚୁଣୀଟେ ଧରି

ତାଳରୁ ତଳିପା ନେଶି ଦେଲି

ଅତ୍ଯାଧୁନିକ ଏ ଚୁମା ଆଉ ଚୁମା

ଆଉ ପୋଛି ଦେଲି ସିନ୍ଦୂରକୁ

ଭାଙ୍ଗିଦେଲି ଶଙ୍ଖା ଆଉ ଫିଙ୍ଗିଦେଲି ଓଢ଼ଣୀ ମୁଣ୍ଡରୁ।


ଦିଗବିଜୟୀ ସାମ୍ରାଜ୍ଞୀ ପରି

ଫେରିଲି ବାପ ଘରକୁ 

ଯେଉଁମାନଙ୍କୁ ବିଲକୁଲ କଳାଚୂନ ବୋଲି

ଚାଲି ଯାଇଥିଲି ଧରିପଳା ହୋଇ।


ଆଜି ସାବିତ୍ରୀ ବ୍ରତ

କୁହନ୍ତୁ ତ ହେ ମୋର 

ଭାରତୀୟ ଆର୍ଯ୍ଯ ଆଉ ଆର୍ଯ୍ଯା

ଭୁଲ କଲି ନା ଠିକ୍?


ଏ ସତ୍ଯର ହାଟରେ ମିଥ୍ଯାର ସଉଦା

ମୋତେ ଭଲ ଲାଗୁ ନାହିଁ

ଆର ପୁରକୁ ଯିବା ପାଇଁ ହାଇଁପାଇଁ ମନ ଓ ବିବେକ କହିଲେଣି

ନିଜକୁ ଧୋକା ଦେଲ ସିନା 

ନିତିଦିନ ଗୋଳେଇ ହେଉଛି

ତରଙ୍ଗ ପରି ପବନ ପରି

ଆଜିର ଏ ସାବିତ୍ରୀ ବ୍ରତରେ ।

       


Rate this content
Log in