STORYMIRROR

Ajaya Mahala

Others

0  

Ajaya Mahala

Others

ସାଆନ୍ତଙ୍କ ବାଡ଼ି

ସାଆନ୍ତଙ୍କ ବାଡ଼ି

2 mins
519


ପୁଅ ଖାଉନି ତ

ସେଥିପାଇଁ ବାହାରକୁ ବାହାରିଛି ନିରୁ

କାଉଟିଏ ଦେଖାଇ

ରୁଟି ଟିଏ ଖୁନ୍ଦି ଖାନ୍ଦି

ଯେମିତି ବି ଖୋଇ ଦେବ

ଦରକାର ବେଳେ ଏଡ଼େ ସହଜରେ

କାଉ କଣ ମିଳିବେ

ବହୁ ଦିନ ପରେ

ନିରୁ ବାହାରିଛି ବାଡ଼ି ପଟକୁ

ଆଖି ବୁଲେଇ ଆଣିଲା ଥରେ

ଚାରି ପଟକୁ

ଏହି ତାର ଘର ଦ୍ୱାର

ଏତେ ବଡ ବାଡିକୁ ଦେଖି ତ

ବାପା ବାହା ଦେଇଥିଲେ

ୟାଙ୍କ ଘରେ

ସେପଟେ ସାଆନ୍ତଙ୍କ ବାଡ଼ି

କଣକୁ ମାଛ ଗଡିଆଟି

ଗଡିଆ ବନ୍ଧରେ ପୁରୁଣା ଓଉ ଗଛ

ଗଡିଆ ପାଣିରେ

ଲାଞ୍ଜ ପିଟି ନେଉଥିବା କଉ ମାଛ

ଟିକିଏ ଦୂରକୁ ଦେଖିଲେ ଝଙ୍କାଳିଆ ଶିରିଷ ଗଛ

କେବେ କେବେ ହନୁଦଳ ଉପରେ ବସି

ଟୁଙ୍କି ଖାଉଥାନ୍ତି ପତ୍ର

ପୋଷା ଦେଶୀ କୁକୁର ଖେଦି ଯାନ୍ତି

ପୁଣି ଫେରି ଆସନ୍ତି ଗଛ ମୂଳରୁ

ସାଆନ୍ତଙ୍କ ବାଡ଼ିପଟୁ କେହି କେବେ କଥା କହନ୍ତିନି

କେବଳ ଝିଅଟିଏ ହସିଦିଏ

ଗାଧୋଇବାକୁ ଯିଏ ଆସେ ଗଡିଆକୁ ପ୍ରତି ସକାଳୁ

ବିବାହିତା ସିଏ

ଶାଶୁ ଘରୁ ଆସିଛି

ଜଣା ନାହିଁ ଏତେଦିନ ଧରି ଶାଶୂଘରକୁ ଯାଉନି କାହିଁକି

ଏ ବିଷୟରେ ନିରୁକୁ

କେହି କିଛି କହି ନାହାନ୍ତି

କିନ୍ତୁ ଝିଅଟି ସତରେ ଭଲ

କିଛି ଖୁଣ ଦିଶେନା

ସେ ପଟେ ଛେଳି ପଶି ଗଲେ

କେଡେ ଜଲଦି ଜଲଦି

ଖାଇ ଯାଉଛନ୍ତି ନୂଆ ଲାଗିଥିବା

ଗଛ ଗୁଡିକର କଅଁଳ ପତ୍ର

ହାତ ଦୁଇଥର ହଲାଇ ଦେଲା ସେ

ଏ ଗଛ ଛାଡି ସେ ଗଛ ଯାଇ ଖାଇଲେ

ବୋହୂ ସେ

ପାଟି କରି ଟେକା ମାରି ପାରିବନି

ଏପଟେ ତା ନିଜ ବାଡ଼ିରେ ଛଣ ଗଦା

ଡେଇଁ ପଶିବାକୁ ବାଉଁଶରେ ଡିଆଁ

ଡିଆଁ ଭାଙ୍ଗି ପଶୁଥିବା

ରଘୁ ସେନାପତିଘର ଓଲେଇ ଗାଇ

ସେ କୋଣକୁ ଶାଶୁ ଲଗାଇଥିବା କମଳା ଗଛ

ଏବେ କସି କସି

ଫୁଲିଯିବେ କେଇଦିନ ବର୍ଷାରେ

ତା ପାଖକୁ ବରକୋଳି ଗଛ

ଝଡି ପଡେ କେତେ ଆଷାଢୁଆ ବରକୋଳି

ଆଉ ଗୋଟେ ଅଜାତିଆ ଗଛଟା

ବେଶ ନାଲି ନାଲି ପତର କାଢୁଛି ବର୍ଷାରେ ବି

କେବେଠୁଁ ହଣା ସରନ୍ତାଣି

ଶ୍ୱଶୁର କହନ୍ତି ବଡ ଗୁଣର ଓଷଧ ଗଛ ସେ

ଜଣା ନାହିଁ କେଉଁ ଅସାଧ୍ୟ ବେମାରୀ ଭଲ କରେ ସେ

ଆମ୍ବଗଛ ଦୁଇଟି ସାଆନ୍ତଙ୍କ ପୋଖରୀକୁ ଲାଗି

ଗୋଟେ ଗଲା ବାତ୍ୟା ଦିନଠୁଁ ଆଣ୍ଠେଇ ପଡିଛି

ଶ୍ଵଶୁରଙ୍କ ଭାଗକୁ କେବେ ପଡିଥିଲା ଭାଇ ଭାଗବଣ୍ଟା ବେଳେ

ଜଣା ନାହିଁ ୟାପରେ ପୁଣି କିମିତି ବାଣ୍ଟ ହେବ

ଦୁଇ ଗଛ ତିନି ଭାଇଙ୍କ ଭିତରେ

ନିରୁର ଦୁଇଟି ଦିଅର

ଘରୁ ଆସିଲାଣି ଡାକ ଯିବାକୁ ହେବ

ପିଉସୀ କିଏ ଆସିଛନ୍ତି କଲିକତାରୁ

ପାଦରେ ଅଳତା ପିନ୍ଧାଇ ଦେବାକୁ

ଫେରିଗଲା ନିରୁ ଘରକୁ

ପୁଅ ଖାଇ ନ ଥିବା

ଅଧା ରୁଟିକୁ କାଉକୁ ଦେଇ

ବାଟରେ ଉଜୁଡ଼ା ଭେଣ୍ଡି କିଆରୀରେ

ପଘା ଛନ୍ଦି ପଡିଥିବା

କଅଁଳା ବାଛୁରୀ

ପାଦ ତଳେ ପହିଲି ବର୍ଷାରେ ବଢି ଆସିଥିବା ମୁଥା ଘାସ

ପୁରୁଣା ଓଉ ଗଛ କୋରଡରୁ

ସବୁ ଦେଖୁଥିଲା ପେଚାଟିଏ

ନିରୁ ଘର ଭିତରକୁ ଚାଲିଗଲା

ମାଙ୍କଡା ପଥର ପାହାଚ ଚଢି

ସାଆନ୍ତଙ୍କ ଗଡିଆ ଜଳରେ

ଦୋହଲୁ ଥିଲା ସେମିତି

ଶିରିଷ ଗଛର ଛାଇ




రచనకు రేటింగ్ ఇవ్వండి
లాగిన్