STORYMIRROR

Niranjan Sahu

Others

3  

Niranjan Sahu

Others

ସ୍ୱର୍ଗତ ଅବଦୁଲ କଲାମ

ସ୍ୱର୍ଗତ ଅବଦୁଲ କଲାମ

1 min
301


ଯିଏ ଥିଲେ ଦିନେ ଆମ ଗହଣରେ

ଆଜି,ପର ପାରିରେ ଅଛନ୍ତି

ଆମ ଗହଣରେ ନାହାନ୍ତି ସତ, ହେଲେ

ଆମ ହୃଦୟରେ ରହିଛନ୍ତି,


ରାମେଶ୍ୱରରେ ଜନ୍ମ ହୋଇଥିଲେ

ଯୋଗଜନ୍ମା ଜନ୍ମ ନେଇ

ତାଙ୍କରି ଜୀବନ ଆଦର୍ଶ ଜୀବନ

ବେଶସେବାରେ ହିଁ ଥାଇ


ପଦ୍ମ ବିଭୂଷଣ ଭାରତ ରତ୍ନ

ପୁରସ୍କୃତ ହୋଇ ଥିଲେ

ମିସାଇଲ ମେନ ବୋଲି ପଦଟିଏ

ଉପାଧି ସେ ପାଇଥିଲେ


ଲେଖକ ପ୍ରଫେସର ଅବା ବୈଜ୍ଞାନିକ

ଜ୍ଞାନରେ ସାଗର ଥିଲେ

ରାଷ୍ଟ୍ରପତି ହୋଇ ଆମ ଭାରତରେ

ଶୋଭା ସେ ବଢ଼ାଇଥିଲେ


1931 ମସିହା ଅକ୍ଟୋବର 15 ତାରିଖେ

ଜନ୍ମ ତାଙ୍କର ଥିଲା

2015 ଜୁଲାଇ 27 ତାରିଖେ

ପ୍ରାଣବାୟୁ ଉଡ଼ିଗଲା,


ଆଜି ,ଚତୁର୍ଥ ଶ୍ରାଦ୍ଧ ବାର୍ଷିକରେ 

ଶ୍ରଦ୍ଧାଞ୍ଜଳୀ ଆମେ ଦେଉଛୁ

ଯେଉଁଠି ଥାଅ ଭଲରେ ଥାଅ

ଏତିକି କାମନା କରୁଛୁ,


ସ୍ବର୍ଗତ ଡଃ ଅବଦୁଲ କଲାମଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍