ସ୍ୱର୍ଗଦ୍ୱାରେ ବିଦାୟର ବେଳେ...
ସ୍ୱର୍ଗଦ୍ୱାରେ ବିଦାୟର ବେଳେ...
ମୁଁ ତ ଏବେ,
ପ୍ରେମରେ , ମୋହରେ,
ଆଉ ମିଛ ମାୟାରେ,
ମସଗୁଲ୍ ଅଛି l
କିଏ ଜାଣେ,
ମୁକ୍ତିର ପଥ,
ସ୍ୱର୍ଗଦ୍ୱାର,
ମୋ ପାଇଁ,
କେତେ ଦୂର ?
ଭାବନାରେ ଛନ୍ଦିହୋଇ,
ସମୟକୁ ଜାଳିଛି l
ସ୍ୱପ୍ନରେ ମୋହାଛନ୍ନ ହୋଇ,
ଅତୀତକୁ ଝୁରିଛି l
ପାପ ପୂଣ୍ୟର ଲଢେଇ ଭିତରେ,
ବିବେକର ଦଂଶନରେ,
ତୁହାକୁ ତୁହା,
ଯନ୍ତ୍ରଣାକୁ ସହିଛି l
ପ୍ରେମିକାର ରୁପରେ,
ବିଭୋର ହୋଇ,
ପୂର୍ଣ୍ଣ ଜହ୍ନକୁ,
ଅମାବସ୍ୟାର ରାତ୍ରିରେ ଦେଖିଛି l
ତା' ପ୍ରେମରେ,
ହତାଶ ହୋଇ,
ଅନ୍ଧାର ରାତ୍ରିକୁ,
ପୂର୍ଣ୍ଣିମାରେ ଭେଟିଛି l
ଏବେ ସ୍ୱର୍ଗଦ୍ୱାରେ,
ବିଦାୟର ବେଳେ,
ସମୁଦ୍ର ଲହଡିର ଘୁ'ଘୁ',
ଗୁରୁଗମ୍ଭୀର ଗର୍ଜନ,
ଶୁଭୁ କି ନ ଶୁଭୁ ,
କିନ୍ତୁ ଠିକ୍ ଶୁଭୁଥିବ l
ରାମ ନାମ ସତ୍ୟ ହେ,
ହରି ନାମ ସତ୍ୟ ହେ,
ଆଉ ତାପରେ,
ହୁତୁ ହୁତୁ ହୋଇ,
ଜଳିଉଠିବ
ମୋ ଜୀବନ ଜୁଇ l
*******************
ପ୍ରଶାନ୍ତ କୁମାର ବେହେରା
ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର l
ଦୂରଭାଷ - ୯୪୩୭୧୩୫୯୧୬