Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

5.0  

Sukanti Hotta

Others

ସ୍ୱର୍ଗ ଠାରୁ ବଡ଼

ସ୍ୱର୍ଗ ଠାରୁ ବଡ଼

1 min
326


ସ୍ୱର୍ଗ ଠାରୁ ବଡ଼ ବିଶାଳ ହୃଦୟ

ସେ ଅଟନ୍ତି ଆମ ବାପା

ଦୟାର ସାଗର ସ୍ନେହର ଭଣ୍ଡାର

ହୁଅନ୍ତିନି କେବେ ଖପା l


ଦୁଃଖକଷ୍ଟ ସବୁ ସହି ଯାଆନ୍ତି

ସନ୍ତାନର ସୁଖ ପାଇଁ

ସମସ୍ତଙ୍କ ମୁଖେ ହସ ଦେଇଥାନ୍ତି

ନିଜ ଖୁସି ଭୁଲିଯାଇ l


ପରିବାର ଚିନ୍ତା ତାଙ୍କରି ମୁଣ୍ଡରେ

ସଦାବେଳେ ରହିଥାଏ

ପିଲାମାନଙ୍କର ଭବିଷ୍ୟତ ଚିନ୍ତା

ଦିନରାତି ଘୁରୁଥାଏ l


ଭଲ ବୁଦ୍ଧି ଜ୍ଞାନ ପିଲାଙ୍କୁ ଶିଖାନ୍ତି

ଭଲ ବାଟେ ସଦା ନେଇ

ଅବାଟରେ ଗଲେ ବାଟ ସେ ଦେଖାନ୍ତି

ସ୍ନେହ ଶରଧା ଦେଇ l



Rate this content
Log in