STORYMIRROR

Banali Dash

Others

3  

Banali Dash

Others

ସ୍ୱପ୍ନ

ସ୍ୱପ୍ନ

1 min
13.8K


"ସ୍ୱପ୍ନ" ତୁମେ ଆସ ମୋ'ର କେଉଁ ଏକ

ଅଜଣା ସ୍ଥିତିରେ,

ଭରିଦିଅ ମନେ ମୋ'ର ନୂତନ ଉନ୍ମାଦନା

ଓ ଭାବପ୍ରବଣତା,

କେଉଁ ଏକ ଅଜଣା ପୁଲକେ।

ପ୍ରକୃତରେ ତୁମକୁ ବୁଝିବାଟା ,

ତୁମର ରହସ୍ୟ ଉନ୍ମୋଚନ କରିବାଟା,

ବହୁ କଷ୍ଟସାଧ୍ୟ ଦୁଷ୍ପାର ବ୍ୟାପାର;

କିନ୍ତୁ ତୁମେ ମୋ'ର ମନ ଇଲାକାକୁ ଜାବୁଡି ଧର,

କେଉଁ ଏକ ଅବଚେତନ ସ୍ଥିତିରେ,

ମସ୍ତିଷ୍କର ଦୁର୍ବଳତାରେ।

ସତେ ତୁମେ ନେଇଯାଅ ମୋ'ର ମନକୁ,

କେଉଁ ଏକ ଅଜଣା ରାଇଜେ,

ସଭିଙ୍କ ଅଗୋଚରକୁ;

ମୁଁ ଚେଷ୍ଟା କଲେ ବି ଉଦ୍ଭାବନ କରିପାରେନା,

ମୋ' ନିଜକୁ ଓ ମୋ'ର ସ୍ଥିତିକୁ।

ବୋଧହୁଏ ତୁମେ ଏକ ଐନ୍ଦ୍ରଜାଲିକ ସମ୍ମୋହନ,

ଭାବନାର ଦିଗନ୍ତ ବିସ୍ତାରୀ ନୀଳ ଅମ୍ବୁରାଶୀ,

ତୁମକୁ ନେଇ ହିଁ ଅନେକେ ବଳୀୟାନ ହୁଅନ୍ତି,

ଅଳ୍ପ କେହି ଧରାଶାୟୀ;

କିନ୍ତୁ ତୁମେ ଜାବୁଡି ଧର ସଭିଙ୍କୁ ,

କେଉଁ ଏକ ଅଜଣା ପୁଲକେ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Banali Dash

ନୂଆ ବୋହୂ

ନୂଆ ବୋହୂ

1 min വായിക്കുക

ତୁମେ'

ତୁମେ'

1 min വായിക്കുക

ସବୁଜିମା

ସବୁଜିମା

1 min വായിക്കുക

ଶିଳ୍ପୀ

ଶିଳ୍ପୀ

1 min വായിക്കുക

ତୁ ମୋ ଧନ

ତୁ ମୋ ଧନ

1 min വായിക്കുക

ମୁଁ

ମୁଁ

1 min വായിക്കുക

ମହାନତା

ମହାନତା

1 min വായിക്കുക