STORYMIRROR

Hitesh Mohapatra

Others

3  

Hitesh Mohapatra

Others

ସ୍ୱପ୍ନ

ସ୍ୱପ୍ନ

1 min
201

କାହିଁକି କେଜାଣି

ଦିନରେ ବି ଆଖି ବୁଜି

ଭଲ ଲାଗେ ସ୍ୱପ୍ନ ଦେଖୁଥିବି ।୧


ଜହ୍ନ କଣେଇ କଣେଇ ଚାହୁଁଥିବ

ବୃକ୍ଷ ସବୁ ନଇଁ ନଇଁ

ତା ପତ୍ରର ସୁରେଲି ଗୀତ

ସମୀର ତ ମୃଦୁ ସ୍ପର୍ଶେ

ଦେହ ଶାରା ଟାଙ୍କୁରିବ

ଆଉ  ମୁଁ ଖୋଜୁଥିବି

ମୋ ହଜିଲା ସ୍ମୃତିକୁ । ୨


କିଏ ନେଲା ମୋ ବିଗତ ଦିନ ଗୁଡାକୁ ?

ଏ ଜହ୍ନ ନା ଏ ତାରା

ଏ ଚିର ସବୁଜ ବନ

ନା  ଏ ମାଟିର ବାସ୍ନା

ଦରାଣ୍ଡି ଦରାଣ୍ଡି ଲୋଟିଯିବି

ଜନ୍ମ ମୃତ୍ୟୁ ଓ ଜୀବନ ଯନ୍ତ୍ରଣାରେ 

ପରିଖିବି ମୁଁ ମୋ ସ୍ୱପ୍ନରେ । ୩



Rate this content
Log in