ସ୍ୱପ୍ନ
ସ୍ୱପ୍ନ
1 min
1.4K
କୁହ ହେ ସପନ! ଏକି ତମ ପ୍ରେମ
ଦେଇଛି କି କିଏ ରାଣ,
ସଵୁରି ଆଖିକୁ ଚୁମିଚୁମି ଯାଅ
ଭାଵିଵା ଲାଗେ ଗହନ
ନିଦୁଆ ଆଖିକୁ ଭଲ ପାଅ କି ଗୋ
କହିଦିଅ ମୋର କାନେ,
ପ୍ରତିଜ୍ଞାଵଦ୍ଧକି, କାହାପାଇଁ ତୁମେ
ଭାବୁଛି ଏକଥା ମନେ
କେଵେ ଆଣିଦିଅ ଖୁସିର ଫଗୁଣ
କେଵେ କୋରିଦିଅ ଛାତି,
ହସ ଲୁହ ତୁମ ଦେହ ଗହଣା କି
ତୁମେ ସ୍ମୃତି ସଞ୍ଜଵତୀ
ଦାଶରଥି ସାହୁ
କଳମ୍ବ/ଗଜାଂମ
