STORYMIRROR

Sanjya Tripathy

Others

3  

Sanjya Tripathy

Others

ସ୍ୱପ୍ନ ସାକାର

ସ୍ୱପ୍ନ ସାକାର

1 min
223

ସୁଦୀର୍ଘ ବ୍ୟବଧାନ ପରେ ହଠାତ୍

ଗଙ୍ଗାଧରଙ୍କୁ ଆବିଷ୍କାର କଲି ସ୍ୱପ୍ନର ଇଲାକାରେ

ଅତୀତର ମଧୁତିକ୍ତ ଅନୁଭୂତି

ପ୍ରତିଭାତ ହେଲା ସାମୟିକ ଦର୍ପଣରେ ।

ଗଙ୍ଗାଧରଙ୍କ ସ୍ମତି ଉଦ୍ଜୀବିତ ହେଲା-

ଛାତ୍ରନେତାଙ୍କ ନିର୍ବାଚନୀ ପ୍ରତିଶ୍ରୁତିରେ

ସଂସଦର ବାର୍ଷିକ ଉତ୍ସବରେ

ଜଗୁଆଳିର ଚିରନ୍ତନ ନିଦ୍ରାରେ

ମଣ୍ଡଳର ଦିଗନ୍ତ ପ୍ରସାରୀ ଅଗ୍ନିଶିଖାରେ

ଅତିଥି ଭବନରେ ଆତିଥେୟତାରେ

ସୃଷ୍ଟ ଦିବାଲୋକରେ ସଂଘଟିତ ସଶସ୍ତ୍ର ସଂଘର୍ଷ

ଓ ହିଂସ୍ର ଆକ୍ରମଣରେ

ଗୋଧୂଳି ଲଗ୍ନରେ ବର୍ବରୋଚିତ ରକ୍ତପାତରେ

ଗଙ୍ଗାଧର ରଙ୍ଗାଜୀବ ହେଲେ-

ଅର୍ଘ୍ୟଥାଳୀର ନେପଥ୍ୟ କୋଳାହଳରେ

ମୂଲ୍ୟାୟନ କାଳିନ ଅଂଶୁଘାତରେ ତ ଏ

ଶତାବ୍ଦୀର ବୌଦ୍ଧିକ କରେ

ସର୍ବୋପରି: ଜୟନ୍ତୀ ଉତ୍ସବରଗତାନୁଗତିକତାରେ ।

ଗଙ୍ଗାଧର ଏବେ ଆତ୍ମଗୋପନ କରିଛନ୍ତି

ବୁଢ଼ାରଜାର ଗର୍ଭଗୃହରେ ।



Rate this content
Log in