STORYMIRROR

BISWESWAR MAJHI

Others

3  

BISWESWAR MAJHI

Others

ସ୍ୱଳ୍ପ ସଞ୍ଚୟ ହୁଏ ବିରାଟକାୟ

ସ୍ୱଳ୍ପ ସଞ୍ଚୟ ହୁଏ ବିରାଟକାୟ

1 min
11.8K

ପାନ ବିଡି ନୁହେଁ ଛୋଟିଆ ନିଶା

ଜଣା ପଡେ ନାହିଁ ଟାଣେ ପଇସା।

ସେପରି ସଞ୍ଚୟ ମୂଲ୍ୟ

ବିନ୍ଦୁରୁ ସିନ୍ଧୁ ଅନୁଭବ କଲେ

ସ୍ୱଳ୍ପର ବଢି ହେବ ଅତୁଲ୍ୟ।୧।


ମହୁମାଛି ମହୁ ସଞ୍ଚୟ କରେ

ସେ କି ଲାଗେ ନିଜ ଉପକାରେ।

ନେଇ ଯାନ୍ତି ଆତତାୟୀ

ମହୁମାଛି ତହିଁ ଭାଙ୍ଗି ନ ଯାଇ

ଲାଗିପଡେ ମହୁ ତିଆରି ପାଇଁ।୨।


ଶିଶୁଙ୍କୁ ମିଳେ ଯେ ପକେଟ ଖର୍ଚ୍ଚ

ତହିଁରୁ ଅଳପ ଅଳପ ସଞ୍ଚ। 

ପିଗି ହୋଇଯିବ ଭର୍ତ୍ତି

ଅସହାୟ କା'ରେ ସହାୟତା ଦେଇ

ଅରଜିବା ଆମେ ମହାନ କୀର୍ତ୍ତି।୩।


ଗୃହିଣୀ ବୁଝନ୍ତି ସଞ୍ଚୟର ମାନ

ସବୁ ଦିନ ନଥାଏ ଭଲ ଦିନ।

ଖରାପ ସମୟ ପାଇଁ

ସଞ୍ଚୟ ତାଙ୍କର ଲଗାଇ ଦିଅନ୍ତି

ପରିବାରର ସାହାଯ୍ୟ ପାଇଁ ।୪।


ସଞ୍ଚୟ ନିଧିରେ ସଞ୍ଚିତ ଯେ ଧନ

କରୋନା ଦୁଃଖରେ ଆସିଲା କାମ।

ଚଳିଗଲେ କିଛି ଦିନ

ସଞ୍ଚୟ ଖାତାରେ ରଖିବା ଅଭ୍ୟାସ

କାମ ଦିଏ ଥିଲେ ଖରାପ ଦିନ।୫।

 


Rate this content
Log in