STORYMIRROR

Srinibas Mahalik

Others

3  

Srinibas Mahalik

Others

ସ୍ୱଚ୍ଛତା ମିଶନ

ସ୍ୱଚ୍ଛତା ମିଶନ

1 min
13.6K


ଅଛି ଏଠି ଗୋଟେ ଏଭଳି ମିଶନ

ଯାହା ଲାଗେ ପ୍ରହସନ

ସେଇଟା ହେଉଛି ନରେନ୍ଦ୍ର ମୋଦିଙ୍କ

ସ୍ବଚ୍ଛ ଭାରତ ଅଭିଯାନ ।।

ବିନା କ୍ୟାମେରାରେ ବିନା ବ୍ୟାନରରେ

ହେବା ଏହା ଅସମ୍ଭବ

ଫଟୋ ଉଠାଉଠି ପୋଗ୍ରାମ ନହେଲେ

କେମିତି କହୁନ ହେବ !!

ମୋଦିଜୀଙ୍କ ଏହି ସ୍ବଚ୍ଛ ଭାରତର

ପ୍ରକୃତ ଉଦ୍ଦେଶ୍ୟ ଛାଡି

ଲୋକ ଦେଖାଣିଆ ଫଟୋ ନେବାରେ ହିଁ

ରହୁଛନ୍ତି ସବୁ ଯୋଡି ।।

ସ୍ବଚ୍ଛତା ଦିଗରେ ଭାରତ ବର୍ଷରେ

ଅାସିଛି ଚେନଜେସ ବହୁ

ତେଣୁ ମୋଦିଜୀଙ୍କ ପାଖରେ ମୋହର

କୃତଜ୍ଞତା କିଛି ରହୁ ।।



@ବିଜୟନଗର, ଗଣିଆ, ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍