STORYMIRROR

Prafulla Kumar Tripathy

Others

3  

Prafulla Kumar Tripathy

Others

ସ୍ୱାଗତଂ ୨୦୨୧

ସ୍ୱାଗତଂ ୨୦୨୧

1 min
201

ଋତୁ ପରେ ଋତୁ ବଦଳିଯାଏ

ଦିନ,ସପ୍ତାହ,ମାସ

ନୂଆ ବୋହୁଟି ପରି

 ନୂୂତନ ବର୍ଷ ଚାଲିଆସେ

ପୁଣି ଏକ ଶୀତ ସଂଧ୍ୟାରେ

ଅଭିି ନନ୍ଦନ ପତ୍ର ଧରି

ଅଜାଡି ହୋଇପଡେେ

ଟେବୁଲ ଉପରେ ଫୁଲ ତୋଡା

କୋଳାହଳ ମଧ୍ୟରେ

ନୂତନ ବର୍ଷ ଆଗେଇ ଆସେ

କାନ୍ଥରୁ ଓହ୍ଳାଯାଏ

ପୁରୁଣା ବର୍ଷର କ୍ୟାଲେଣ୍ତର

ଜୀବନରୁ ବର୍ଷଟିଏ କମିଯାଏ

ଜଣାପଡେ ନାହିଁ

ହେଲେ ବାରମାସରେ ଥରେ

ଏଇମିତି ସଂଖ୍ୟା ବଢିବ

ବର୍ଷ ଆଉ ବୟସର

ବଢିିବା କମିବା

ହିସାବ କରିବାକୁ ବେଳ କାହିଁ ?

ସଭିିଏଁ ୨୦୨୧ ସ୍ୱାଗତରେ ବ୍ୟସ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍