STORYMIRROR

Bauribandhu Lenka

Others

3  

Bauribandhu Lenka

Others

ସ୍ୱାଗତ ମୌସୁମୀ

ସ୍ୱାଗତ ମୌସୁମୀ

1 min
13.9K


ତୁମ ପଦ ନୂପୁର ନିକ୍ୱଣ

ଶୁଭିଲାଣି ରୁଣୁ ଝୁଣୁ ସୁରେ

ତନୁ ମନ ପୁଲକିତ ହୁଏ

ମନ୍ଦ ମନ୍ଦ ଶୀତଳ ସମୀରେ॥

ଘନ କୃଷ୍ଣ ମେଘମାଳା ବକ୍ଷେ

ଚପଳାର ସ୍ୱର୍ଣ୍ଣାଭ ଚମକ

ଟିପି ଟିପି ବର୍ଷା ବିନ୍ଦୁ ସ୍ପର୍ଶେ

ଭିଜାମାଟି ଖେଳାଏ ମହକ॥

ତୁମ ଆଗମନୀ ବାର୍ତ୍ତା ଗୁଞ୍ଜେ

ମେଘର ସେ ଗୁରୁ ଗରଜନେ

ଆନନ୍ଦିତ ପୁର ପଲ୍ଲୀବାସୀ

ନାଚେ ଶିଖି ମେଘ ଦରଶନେ ॥

ତୃଷାତୁର ଚାତକ ଚାତକୀ

ଗାଇଲେଣି ତୃପ୍ତିର ସଂଗୀତ

ଗର୍ଭାଧାନ ସୁଖକାଳ ଜାଣି

ବଳାହକ ଗଣେ ଉଲ୍ଲୋସିତ ॥

ଜାଇ ଯୂଇ କଦମ୍ବ କେତକୀ

ହେନା ମଲ୍ଲୀ ମାଳତୀ ଟଗର

ସଜେଇବେ ପ୍ରକୃତି ରାଣୀକୁ

ନାନା ରଙ୍ଗେ କେଡେ ମନୋହର॥

ଶୁସ୍କ ନଦୀ ଗ୍ରାମ୍ୟ ପୁଷ୍କରିଣୀ

ବର୍ଷାଜଳେ ଉଠିବ ଉଛୁଳି

ରୁକ୍ଷ ବୃକ୍ଷ ଶ୍ରୀହୀନ ବନାନୀ

ଅଙ୍ଗେ ଦେବେ ସବୁଜିମା ବୋଳି ॥

କ୍ଷେତେ କ୍ଷେତେ ବୀଜ ଅଙ୍କୁରଣ

ହେବ ତୁମ ପହିଲି ପରଶେ

ମେଘମାଳା ସଙ୍ଗେ ଆସ ତୁମେ

ବର୍ଷିଯାଅ ମୋ ଭାରତ ବର୍ଷେ ॥

****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍