STORYMIRROR

Santanu Bisoi

Others

3  

Santanu Bisoi

Others

ସ୍ୱାଧୀନତାର ମୂଲ୍ୟବୋଧ

ସ୍ୱାଧୀନତାର ମୂଲ୍ୟବୋଧ

1 min
118


ସ୍ୱାଧୀନତାର ମୂଲ୍ୟବୋଧ ବୁଝିବାକୁ ଅଛି ବାକି

କେମିତି କହିବି ସ୍ୱାଧୀନ ବୋଲି ମୁଁ ଯାଇଛି ପରା ହେ ଠକି।।


ଗାନ୍ଧୀ ଗାନ୍ଧୀ ନାରା ଶୁଣି ଶୁଣି ମୁହିଁ ଯେଉଠିକି ଯେବେ ଯାଏ

ଗାନ୍ଧିବାଦର ହତ୍ୟା ଦେଖି ସାରି ଫେରି ଆସିବାକୁ ହୁଏ।। 


ତେଏସ୍ତରୀ ବର୍ଷ ଗଲାଣି ବିତି ହେ ସ୍ୱାଧୀନତା ଗୀତି ଗାଇ

ବାସ୍ତୁହରା ଏଠି ସ୍ୱାଧୀନ ବୋଲାଏ ତଣ୍ଡୁଳ ମୁଠେ ନପାଇ ।।


ବୃହତ ଶିଳ୍ପର ବିକାଶ ପାଇଁ ଗଣହତ୍ୟା ଦେଖି ଦେଖି

ବିସ୍ଥାପିତ ଆଜି ଅରଣ୍ୟ ରୋଦନେ ମରୁଅଛି ଶୁଖି ଶୁଖି।।


ଗଣଧର୍ଷଣ ନେତା ମନ୍ତ୍ରୀଙ୍କ ସମ୍ଭ୍ରମ ଯାଇଛି ହୋଇ

ଗଳେ ଫାଶୀ ଦେଇ ଧର୍ଷିତା ଆଜି ଯାଉଛି ସ୍ୱାଧୀନ ହୋଇ।।


ନେତାଙ୍କ ଇଙ୍ଗିତେ ଅମଲା କରୁଛି "ପିଠା କଳି" ସମାଧାନ

ପାଉସେରୀ ହାତେ ଶାସନକୁ ଟେକି ସରକାର କୁମ୍ଭକର୍ଣ୍ଣ।।


ଲାଞ୍ଚ ବ୍ୟଭିଚାର ଜୁଲୁମ୍ ବଢୁଛି ନାରୀ ପଡ଼ିଯାଏ ବଳି

ଗଣତନ୍ତ୍ରରେ ଇଂରେଜ ଶାସନ ଯାଇଛି ସତେ କି ଛଳି।।


କେମିତି କହିବି ସ୍ୱାଧୀନ ବୋଲି ମୁଁ ଯାଇଛି ପରାହେ ଠକି,

ସ୍ୱାଧୀନତାର ମୂଲ୍ୟବୋଧଟା ବୁଝିବାକୁ ଅଛି ବାକି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍