STORYMIRROR

Sanjya Tripathy

Others

3  

Sanjya Tripathy

Others

ସ୍ୱାଧୀନତା

ସ୍ୱାଧୀନତା

1 min
144

ସ୍ଵାଧୀନତା ଆସିଛି-

ପର୍ବତର ମୂଷିକ ପ୍ରସବରେ ବି ପର୍ଯ୍ୟସ୍ତର ବିପର୍ଯ୍ୟୟର ବୀତସ୍ପୃହ

ମୁକାବିଲାରେ

ରାଜନୀତିର ଅଭ୍ୟସ୍ତ ଛନ୍ଦପତନରେ ।

ସ୍ଵାଧୀନତା ଅସିଥିଲା -

ସାମୁହିକ ଜନଜାଗରଣରେ ଅକୁଣ୍ଠିତ ସ୍ୱାର୍ଥତ୍ୟାଗରେ

ସଂକଳ୍ପବଦ୍ଧ ମାନସିକତାରେ ।

ସ୍ଵାଧୀନତା ଆସିଛି ।

ନିର୍ମାଣ ପରାହତ ସ୍ୱପ୍ନରେ

ନେତୃତ୍ୱର ବିଲୁପ୍ତ ପ୍ରାୟ ବିଶ୍ଵସନୀୟତାରେ

ପ୍ରଶାସନର ଉଦ୍ବେଳିତ ଉଦାସୀନତାରେ ।

ସ୍ଵାଧୀନତା ଆସେ-

ନିରବିଛିନ୍ନ, ଏକୀକୃତ ଉଦ୍ୟମର କୁହୁତାନରେ

ଉନ୍ନୟନ ଯୋଜନାବଦ୍ଧ ରୂପାୟନରେ

କଳଙ୍କିତ ପଯ୍ୟୟର ସୁରଭିତ ସମାପନରେ ।



Rate this content
Log in