Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RUKEYA JABEEN

Others

4  

RUKEYA JABEEN

Others

ସ୍ୱାଧୀନତା

ସ୍ୱାଧୀନତା

1 min
360


ସ୍ୱାଧିକାର କୁ ସପନର ଡେଣା ଦେଇ

ଆତ୍ମ ସମ୍ମାନକୁ ଧୀରେ ଧୀରେ

ଆତ୍ମ ତୃପ୍ତିର ସୁନେଲି ସକାଳ ଆଡ଼କୁ

କଡ଼େଇ ନେଇ ଜୀବନ ଜିଇଁ ବାର

ଆଶା ଗୁଡ଼ିକୁ ସାଉଁଟି ଆଣି

ଅଣ୍ଟିରେ ପୁରେଇ ଦେଉଥିବା

ଅନୁଭବ ଟିଏ ସ୍ୱାଧୀନତା ।


ମନ ଅଗଣାରେ ଫୁଟୁଥିବା ଫୁଲର ବାସ୍ନା କୁ

ମୁକ୍ତ ଆକାଶେ ନିର୍ଭୀକ

ବିଚ୍ଛୁରିତ କରେଇ

ଚଉଦିଗ ମହକାଇ ଦେଉଥିବା

ଅତି ସୁନ୍ଦର

ଭାବନା ଟିଏ ସ୍ୱାଧୀନତା।


ଜାତି, ଧର୍ମ, ବର୍ଣ୍ଣ, କର୍ମ, ପଦ , ପଦବୀ,

ସବୁରି ଭିତରେ ଥିବା ପାର୍ଥକ୍ୟ କୁ

ସମାନତାର ଚାଦର ଘୋଡେ଼ଇ

ହୃଦୟର ଆକାଂକ୍ଷା କୁ

ଜୀବନ୍ତ ରୂପ ଦେଉଥିବା

ସାଥି ଟିଏ ସ୍ୱାଧୀନତା ।


ନାରୀ ପୁରୁଷ ଭଳି

ସମାଜର ଦୁଇ ଅବିଚ୍ଛେଦ୍ୟ ଅଙ୍ଗ କୁ

ପାରମ୍ପରିକ ଶିକୁଳିରୁ ମୁକ୍ତ କରାଇ

କିଛି ଅଧିକାରକୁ ନବରୂପ ଦେଇ

ଉଭୟଙ୍କ ପାଇଁ ପଥ ପରିଷ୍କାର କରୁଥିବା

ଆଲୋକର ଧାରା ଟିଏ ସ୍ୱାଧୀନତା ।


ଜୀବନ ଶୂନ୍ୟ ଅଚଳ ପ୍ରାୟ ସ୍ପନ୍ଦନ କୁ

ପୁନଃ ପ୍ରଷ୍ଫୁଟିତ କରେଇ

ନିର୍ଜୀବ ଦୁନିଆକୁ ରଙ୍ଗୀନ କରି ଦେଉଥିବା

ଉନ୍ମୁକ୍ତ ରକ୍ତ ସଞ୍ଚାଳନ ଟିଏ ସ୍ୱାଧୀନତା।



Rate this content
Log in