STORYMIRROR

କଳ୍ପନା ରାୟ

Others

3  

କଳ୍ପନା ରାୟ

Others

ସ୍ୱାଧୀନ ଭାରତର ସନ୍ତାନ ଆମେ

ସ୍ୱାଧୀନ ଭାରତର ସନ୍ତାନ ଆମେ

1 min
30

ସ୍ୱାଧୀନ ଭାରତର ସନ୍ତାନ ଆମେ

ବିଚକ୍ଷଣ ଆମ ବୁଦ୍ଧି

ନାବାଳିକା ଦୁଷ୍କର୍ମ ବେଶି ଆମ ଦେଶେ

ହିସାବରେ ପୁଣି ଦାଦୀ 

ବିଘ୍ନନବିନାଶକ ପୂଜି


ସ୍ୱାଧୀନ ଭାରତର ସନ୍ତାନ ଆମେ

ବିଚରଣ ଆମ ଜହ୍ନରେ

ଅନ୍ଧବିଶ୍ୱାସରେ ମାଁ ଚେଙ୍କା ଦିଏ

ବିଶ୍ୱାସ ଆମ ଝଡାଫୁଙ୍କାରେ 


ସ୍ୱାଧୀନ ଭାରତର ସନ୍ତାନ ଆମେ

ସ୍ୱାର୍ଥ ପାଇଁ ପୁରା ପାଗଳ 

ବାପାମାଆଙ୍କୁ ନେଇ ରଖୁ ବୃଦ୍ଧାଶ୍ରମେ

ସ୍ତ୍ରୀ ପ୍ରେମରେ ଆମେ ଭୋଳ

ସୁଖ ପାଇଁ ସର୍ବଦା ମାଡଗୋଳ


ସ୍ୱାଧୀନ ଭାରତର ସନ୍ତାନ ଆମେ

ଟଙ୍କା ପାଇଁ ଦେଉ ଭୋଟ 

ଅପାରଗ ହାତେ ଦେଶ ଟେକି ଆମେ

ଜୀବନଟା ହା ହୁତାଶେ ଛଟପଟ

ସହୁ ପରା ତାଙ୍କ ନାଟ


ସ୍ୱାଧୀନ ଭାରତର ସନ୍ତାନ ଆମେ

ଉଚ୍ଚକୋଟୀର ଆମ ଚିକିତ୍ସା ବ୍ୟବସ୍ଥା

ଲୁଚିଛୁ ଛୋଟରେ ଭୂତାଣୁ ଭୟରେ

ଜୀବନ ଜୀବିକା ଦ୍ୱାରାବସ୍ଥା

ଚାରିକାଳି ନ ଯାଇ ଶବ ହୀନସ୍ତା


ସ୍ୱାଧୀନ ଭାରତର ସନ୍ତାନ ଆମେ

ଉଚ୍ଚାକାଙକ୍ଷୀ ଆମ ଆଶା

ଦେବଭୂମି, ଆର୍ଯ୍ୟଭୂମି ଭାରତରେ

ବୀରାନାରୀ ଭୟେ ତୁଷା

ନିଃସଙ୍ଗତାରୁ ହୁଏ ଲୋକହସା


ସ୍ୱାଧୀନ ଭାରତର ସନ୍ତାନ ଆମେ

ଦେଶଧନ ଲୁଟି ଖାଉ 

ପ୍ରାପ୍ତିର ଶେଷ ଠିକଣା ଅଣ୍ଡାଳି 

ଦୁସ୍ଥ ପରିସ୍ଥିତିରୁ ମାରି ଖାଉ

ନିଜ ଧନ ଅନ୍ୟ ଦେଶେ ରଖି ଦେଉ

ସିବିଆଇ ହାତେ ଧରାଦେଉ


ସ୍ୱାଧୀନ ଭାରତର ସନ୍ତାନ ଆମେ

କାଟୁ କାମ ପାଇଁ ଜଙ୍ଗଲ

ଖରା ବର୍ଷା ଶୀତ ଭୁଲିଯାଉ ଋତୁ

ଖାଦ୍ୟ ପାଇଁ ହେଉ କଲବଲ

କୃଷକର ଅଭାବୀ ବିକ୍ରି ମୃତ୍ୟୁତୁଲ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ