STORYMIRROR

Apalata Aruk

Others

3  

Apalata Aruk

Others

ସ୍ୱାଧୀନ ଭାରତ

ସ୍ୱାଧୀନ ଭାରତ

1 min
224

 

ସଭିଏଁ କହନ୍ତି ସମ୍ପୂର୍ଣ୍ଣ ସ୍ୱାଧୀନ

ଆମ ଏ ଭାରତବର୍ଷ,

ହେଲେ ମୁଁ ତ କାହିଁ ଦେଖିପାରୁନାହିଁ

ଜଣେ ସ୍ୱାଧୀନ ମଣିଷ ।


ପେଟ ବିକଳରେ ନିଜ ସନ୍ତାନକୁ

ବିକ୍ରି କରେ ଏଠି ମାଆ,

ହତାଶାରେ ଚଷା କରେ ଆତ୍ମହତ୍ୟା

ଭୋକିଲା ତାହାର ଛୁଆ।


ଅସହାୟ ବୃଦ୍ଧ ପିତାମାତା ଏଠି

ହେଉଥାନ୍ତି ନିର୍ଯ୍ୟାତିତ,

ସର୍ବ ସମକ୍ଷରେ ନାରୀର ଇଜ୍ଜତ

ନିତି ହୁଏ ଭୂଲୁଣ୍ଠିତ ।


ଧନୀ କରେ ଏଠି ବିଳାସ ବ୍ୟସନ

ଦରିଦ୍ର ପାଏନା ଅନ୍ନ ,

ତଥାପି ଗର୍ବରେ କହୁଅଛୁ ପରା

ଆମେ ସମ୍ପୂର୍ଣ୍ଣ ସ୍ୱାଧୀନ ।


 ମାରିନିଏ ଏଠି ନେତା ମହାପାତ୍ର

ଜନତା ଜଳକା ମାତ୍ର,

ଏଇତ ସ୍ୱାଧୀନ ଭାରତ ବର୍ଷର

ଦୟନୀୟ ମାନଚିତ୍ର ।



Rate this content
Log in