STORYMIRROR

Papu parida

Others

3  

Papu parida

Others

ସ୍ୱାଭିମାନୀ କୃଷକ

ସ୍ୱାଭିମାନୀ କୃଷକ

1 min
148


ମୁଁ ଜଣେ ସ୍ୱାଭିମାନୀ କୃଷକ।

ସବୁ ସ୍ୱପ୍ନକୁ ପାଦେ ଦଳିଦେଇ

କୃଷିକୁ କଲି ମୋ ଜୀବିକା

ମୁଣ୍ଡ ଝାଳ ଆଜି ତୁଣ୍ଡରେ ମାରିଣ

ହଳ ଲଙ୍ଗଳ ସାଜିଲା ମୋ ପ୍ରେମିକା।


ବିଶାଳ ଦୁନିଆ ସେବାସ୍ଥଳ ମୋର

 ମୁଁ ପରା ତା ସେବକ

ମୁଁ ଜଣେ ସ୍ୱାଭିମାନୀ କୃଷକ ।

ମୁଁ ଜଣେ ସ୍ୱାଭିମାନୀ କୃଷକ।


ସବୁ ପେଟେ ଦାନା ଯୋଗାଇବା ପାଇଁ

କୋଡ଼ି କୋଦାଳ ଧରେ ମୁଁ ହାତରେ

ସବୁ ମୁହଁ ହସ ଦେଖିବା ପାଇଁ ଯେ

ଶ୍ରମ କରି ଚାଲେ ବିନା ସର୍ତ୍ତରେ।

ଦୁନିଆର ଲୋକ ପୋଷଣ ଆଗ୍ରହୀ

ମୁଁ ପରା ତାଙ୍କ ପୋଷକ

ମୁଁ ଜଣେ ସ୍ୱାଭିମାନୀ କୃଷକ ।

ମୁଁ ଜଣେ ସ୍ୱାଭିମାନୀ କୃଷକ ।


ଖାଇବାକୁ ପଛେ ଚାରଣା ନଥାଉ

ଋଣ କରି କରେ କୃଷି

ପିନ୍ଧିବାକୁ ପଛେ କନାଟେ ନଥାଉ

ସଵୁ ସହିଯାଏ ହସି ହସି।

ଦୁନିଆର ଲୋକେ ଏକ ଦଳ ହେଲେ

ମୁଁ ତାଙ୍କ ଅଧିନାୟକ

ମୁଁ ଜଣେ ସ୍ୱାଭିମାନୀ କୃଷକ ।

ମୁଁ ଜଣେ ସ୍ୱାଭିମାନୀ କୃଷକ ।


ଝଡ ବତାସର କରୁଣ ମାଡରେ ଯେବେ 

ଭାଙ୍ଗେ ଆର୍ଥିକ ମେରୁଦଣ୍ଡ

ଋଣ ତାଡନାରେ ମହାଜନ ଆଗେ

ନଇଁ ଯାଏ ମୋର ମୁଣ୍ଡ।

ସେ ସବୁ ବାଧାକୁ ପଛରେ ପକାଇ

ଖେଳାଏ ସୁନା ଫସଲର ମହକ

ମୁଁ ଜଣେ ସ୍ୱାଭିମାନୀ କୃଷକ ।

ମୁଁ ଜଣେ ସ୍ୱାଭିମାନୀ କୃଷକ ।


ସଂକଟ ବେଳାରେ କୋରନା କାଳରେ

ନିଃସଙ୍କୋଚେ କରେ ଶ୍ରମଦାନ ମୁହିଁ

ଦେଶ ରକ୍ଷା ମୋର ସର୍ବୋପରି ଅଟେ

ଡର ଭୟ ତିଳେ ମୋର ନାହିଁ।

ଅଦୃଶ୍ୟ ରାକ୍ଷସ କୋରନା ଯୁଦ୍ଧରେ

ସାଜିଛି ମୁଁ ଜଣେ ସୈନିକ

ମୁଁ ଜଣେ ସ୍ୱାଭିମାନୀ କୃଷକ ।

ମୁଁ ଜଣେ ସ୍ୱାଭିମାନୀ କୃଷକ ।


ଲୋଡ଼ା ନାହିଁ ମୋତେ ଧନସମ୍ପଦ ଯେ

ଦିଅ ମୋତେ ଟିକେ ସମ୍ମାନ

ସମାଜ ଆଖିରେ ଉଚ୍ଚ ପଦ ଦିଅ

ଦେବୁ ଆମେ ତୁମକୁ ଜୀବନ।

ଖାଦ୍ୟଶସ୍ୟ ଆଉ ପନିପରିବା ଫଳାଇ

ଫୁଟାଇବି ସଭିଙ୍କ ମୁଖେ ହସର ଚହକ

ମୁଁ ଜଣେ ସ୍ୱାଭିମାନୀ କୃଷକ ।

ମୁଁ ଜଣେ ସ୍ୱାଭିମାନୀ କୃଷକ ।

💐💐💐💐💐💐💐💐💐💐💐

ଜୟ ଜବାନ ଜୟ କିଷାନ।



Rate this content
Log in