STORYMIRROR

Bunee Tripathy

Others

3  

Bunee Tripathy

Others

ରୂପବତୀ ଚିଲିକା

ରୂପବତୀ ଚିଲିକା

1 min
209

ରୂପବତୀ ଚିଲିକା

କିଏ ଗଢିଦେଲା ତୋତେ

କେଉଁ ବିନ୍ଧାଣିର

କଳ୍ପନାରେ ତୋର

ଜନମ ହୋଇଛି

କେତେ ଉପମାରେ

ସୃଷ୍ଟିକଲା ତୋତେ

ସୁନ୍ଦରୀ ସୁକୁମାରୀ

ହରଦଟିଏ।

ଚିକମିକ ଦିଶୁଥାଏ

ତୋ ମୁଖମଣ୍ଡଳ

ଶ୍ବେତ ନୀଳାଭ ବସ୍ତ୍ରେ

ପରିହିତା ଅବଗୁଣ୍ଠନବତୀ

ଲଜ୍ଯାଶିଳା ପରିମାର୍ଜିତା

ମରାଳ ମାଳିନୀ

ତୁହିଲୋ ଚିଲିକା।

ବଧୂବେଶ ତୋର

ଦିଶଇ ସୁନ୍ଦର

ବିହଙ୍ଗମର ଆସରେ

ସଜେଇ ହେଇଛୁ,

ଶ୍ଯାମଳ ତରୁରେ

ଗଭାକୁ ମଣ୍ଡେଇ

ବଧୂ ବେଶ ହୋଇ

ଅପରୁପ ଦିଶେ

ତୋ ତନୁବଲ୍ଲରୀ।

କାଳିଜାଇ ପାହାଡ ତୋ

ଅଟେ ମଥାମଣୀ

କର୍ଣ୍ଣରେ କର୍ଣ୍ଣ କୁଣ୍ଡଳ

ପାରିକୁଦ ମାଲୁଦ

କଣ୍ଠେ ଲମ୍ବିଅଛି

ତରିଣୀର ହାର,

ଯେଉଁଠି ହୋଇଛି ଖଞ୍ଜା

ମଣିମୁକୁତା ସମାନ

ଜାତିଜାତି ଜଳଚର।

ହାତେ ତୋର ଶୋଭାପାଏ

ଗିରିରୂପି କଙ୍କଣ

ଅଣ୍ଟାରେ ଅଣ୍ଟାସୂତା

ସାଜିଛି ବରୁଣ।

ଲୋହିତ ଭାସ୍କର

କପାଳେ ତୋହର

ନାଲି ସିନ୍ଦୁର ସମ

ଜଳୁଅଛି ଦାଉଦାଉ।

ଚଢେଇଗୁହାର ଆସରେ

ବନନ୍ତି ଦର୍ଶକେ

ଅବଲୋକନ କରନ୍ତି

ତୋ ରୂପମାଧୂରୀ।

ଧନ୍ଯ ସେ ବିନ୍ଧାଣି

ଗଢିଲା ତୋ ଠାଣି

ଯୁଗେଯୁଗେ ଅକ୍ଷୟ

ତୋ କୀରତି

ଉତ୍କଳ ପ୍ରଦେଶେ

ଅଟୁ ପରା ମଣି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍