STORYMIRROR

Ansuman Swain

Others

3  

Ansuman Swain

Others

ରୂପ ଯୌବନ ଚିରସ୍ତାହି ନୁହେଁ

ରୂପ ଯୌବନ ଚିରସ୍ତାହି ନୁହେଁ

1 min
197

ରୂପ ଯେ ଖାଲି ହୋଇଗଲେ ସୁନ୍ଦର 

       କିଏବା ପଚାରେ ତାକୁ     

ରୂପ ଯୌବନ ଯେ ଚିରସ୍ତାହି ନୁହେଁ 

         କିଛି ଦିନକ ପାଇଁଙ୍କୁ ।1

ଏହି ରୂପ ଦିନେ ଭାଙ୍ଗି ଦିଏ ଘର

        ପଡ଼ିଯାଏ ସବୁ ଫିକା

ଏହି ରୂପ ଦିନେ ମଳିନ ପଡିଲେ

           ଦେଇ ଥାଏ ବଡ଼ ଧକା ।2

ରୂପ ପାଇଁ କିଛି ହୁଅନ୍ତି ପାଗଳ

         ସବୁ କିଛି ଭୁଲି ଯାଇ

ଖୁସୀର ସଂସାର କରିଦେଏ ଚୂନ

     ଖୋଜିଲେ ବି ମିଳେ ନାହିଁ ।  3        

ରୂପ ଦିନେ ବନ୍ଧୁ ବୋଳି ଦିଏ କାଳି

         ଜଳାଇ ଦିଏତ ଜୁଇ 

ରୂପ ପଛେ ,ପଛେ ଧାଆଁ ନାହିଁ ଜମା

           ଫିକା ପଡିଯିବେ ଭାଇ ।4


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍