ରୂପ ଯୌବନ ଚିରସ୍ତାହି ନୁହେଁ
ରୂପ ଯୌବନ ଚିରସ୍ତାହି ନୁହେଁ
ରୂପ ଯେ ଖାଲି ହୋଇଗଲେ ସୁନ୍ଦର
କିଏବା ପଚାରେ ତାକୁ
ରୂପ ଯୌବନ ଯେ ଚିରସ୍ତାହି ନୁହେଁ
କିଛି ଦିନକ ପାଇଁଙ୍କୁ ।1
ଏହି ରୂପ ଦିନେ ଭାଙ୍ଗି ଦିଏ ଘର
ପଡ଼ିଯାଏ ସବୁ ଫିକା
ଏହି ରୂପ ଦିନେ ମଳିନ ପଡିଲେ
ଦେଇ ଥାଏ ବଡ଼ ଧକା ।2
ରୂପ ପାଇଁ କିଛି ହୁଅନ୍ତି ପାଗଳ
ସବୁ କିଛି ଭୁଲି ଯାଇ
ଖୁସୀର ସଂସାର କରିଦେଏ ଚୂନ
ଖୋଜିଲେ ବି ମିଳେ ନାହିଁ । 3
ରୂପ ଦିନେ ବନ୍ଧୁ ବୋଳି ଦିଏ କାଳି
ଜଳାଇ ଦିଏତ ଜୁଇ
ରୂପ ପଛେ ,ପଛେ ଧାଆଁ ନାହିଁ ଜମା
ଫିକା ପଡିଯିବେ ଭାଇ ।4
