STORYMIRROR

Niranjan Sahu

Others

2  

Niranjan Sahu

Others

ରୁପି(ଟଙ୍କା)

ରୁପି(ଟଙ୍କା)

1 min
13.4K


ତ୍ରେତୟା ଯୁଗରେ ବଡ଼ ଥିଲା..କପି..(ମାଙ୍କଡ଼) ..

ଦ୍ଵାପର ଯୁଗରେ...ଗୋପୀ.

ଏ କଳି ଯୁଗରେ ସବୁଠାରୁ ବଡ଼

ହେଉଅଛି ଭାଇ...ରୁପି..(ଟଙ୍କା)

ରୁପି. ପାଇଁ ଭାଇ ଏ ଦୁନିଆରେ

ଲାଗିଅଛି ସବୁ ନାଟ

ରୁପି.ହିଁ ଆଜି ଏ ଦୁନିଆକୁ

କରୁଅଛି ଛଟପଟ

ସାମାନ୍ୟ .ରୁପି.ପାଇଁ ଆଜି

ସମ୍ପର୍କ ହେଉଛି ତିକ୍ତ

ରୁପି. ପାଇଁ କାର ଜୀବନ ଗଲାଣି

କାପାଇଁ ମାନ ମହତ

ମାନବ ଦାନବ ଅବା ଦେବତା

ରୁପି ପାଇଁ ବ୍ୟାକୁଳତା

ରୁପି. ହିଁ ଆଜିର ଯୁଗର

ସବୁଠୁ ବଡ଼ ଦେବତା

କିଏ ନେବେ ନାହିଁ ମରିଗଲା ପରେ

ସବୁ ଏଠି ଛାଡିଯିବେ

ବଞ୍ଚିଥିବା ବେଳେ ଛଟପଟ ହୋଇ

ରୁପି. ପଛେ ଗୋଡ଼ାଇବେ

ଯେତିକି ଅଛି ଯଦି ସେତିକିରେ ଖୁସି

ମନରେ ଶାନ୍ତି ମିଳିବ

ରୂପି. ପଛରେ ସଦା ଗୋଡେଇଲେ

ଅଶାନ୍ତିରେ ମରିଯିବ......


Rate this content
Log in