ରୁଚି
ରୁଚି
1 min
317
ପକ୍ଷୀର ରୁଚି ମୁକ୍ତ ଆକାଶ
ମନର ରୁଚି ଭାବନା,
ପ୍ରଭୁଙ୍କ ରୁଚି ଧର୍ମ ସ୍ଥାପନ
ଯତିର ରୁଚି ସାଧନା ।
ଦମ୍ପତ୍ତି ପାଇଁ ସନ୍ତାନ ରୁଚି
ପ୍ରାଣୀର ରୁଚି ଜୀବନ,
ସୁଜନ ରୁଚି ସଦା ସୁଯଶ
ବିଦ୍ଯାର୍ଥୀ ରୁଚି ପଠନ ।
ମଦ୍ଯପ ରୁଚି ମଦିରା ପାନ
ପ୍ରେମୀକ ରୁଚି ପ୍ରେମୀକା,
ବେଶ୍ଯାର ରୁଚି ଅପହରଣ
ଦୁର୍ନୀତି ତା'ର ଜୀବିକା ।
କୃଷକ ରୁଚି ଶସ୍ଯ ଅମଳ
କବିର କାବ୍ୟ ରଚନା,
ପାପୀର ରୁଚି ପାପ କରମ
ଧାର୍ମିକ ରୁଚି ପ୍ରାର୍ଥନା ।
କାଙ୍ଗାଳ ରୁଚି ଭିକ ମାଗିବା
କ୍ଳାନ୍ତର ରୁଚି ବିଶ ବିଶ୍ରାମ,
ଶିକ୍ଷକ ରୁଚି ସୁଶିକ୍ଷା ଦାନ
ଠକର ଠକ କରମ ।
ମଶାର ରୁଚି ରକତ ପାନ
ସର୍ପର ରୁଚି ଦଂଶନ,
ରକ୍ଷକ ରୁଚି ରକ୍ଷା କରମ
ଦୁଃଖୀର ରୁଚି କ୍ରନ୍ଦନ ।
