STORYMIRROR

Dr Simant Kumar Nanda

Others

3  

Dr Simant Kumar Nanda

Others

ରୁବି

ରୁବି

1 min
176


ଫକୀର ମୋହନ ଯେଉଁ ରେବତୀ କୁ

 ଅ ଆ ଶିଖେଇଥିଲେ,

ସେ ରେବତୀ ଏବେ ପାଠ ସାରିଦେଇ

ପଢ଼ାଉଛି ପିଲା ପଲେ। 


ପାଠ ପଢି ଆଜି ନିଜର ଗୋଡ଼ରେ,

ଛିଡା ହୋଇଛିରେ ରେଵ,

ସୁନ୍ଦରୀ ଶିକ୍ଷିତା, ରୁବି ନାମ ଧାରୀ

ପ୍ରସଂଶା ସାଉଁଟେ ସର୍ବ।


ଘର ପରିବାରେ,ସାଇ ପଡ଼ିଶାରେ,

ସବୁଠି ଆଦର ତାର,

ସରଳା ସୁଶୀଳା କୋମଳ ହୃଦୟା

ମନ ଛୁଏଁ ବାରମ୍ବାର।


ଶ୍ୟାମବନ୍ଧୁ କନ୍ୟା, ବାସୁଦେବ ଶିଷ୍ୟା

 ରେବତୀ ମହାନ୍ତି ସିଏ,

 କଥା ସମ୍ରାଟ ଙ୍କ କୁଆଁରୀ ନାୟିକା,

ସଭିଙ୍କ ମନକୁ ମୋହେ।

 

କୁସଂସ୍କାର, ନାରୀ ଶିକ୍ଷା ର ଦୁର୍ଗତି,

ସେକାଳ ସମାଜ ସ୍ଥିତି,

ରେବତୀ ମାଧ୍ୟମେ, ଛାପି ଦେଇଛନ୍ତି,

ଗ୍ରାମ୍ୟ -ଲାଳନାର ମତି ।


ଶିକ୍ଷା ର ବିକାଶ, ଜ୍ଞାନ ର ପ୍ରକାଶ,

ଅନ୍ଧବିଶ୍ୱାସ ର ଇତି,

ନୂତନ ଉତ୍ସାହ,ନବ ଉଦ୍ଦୀପନା,

ଉତ୍କଳ ଭାଷା ଉନ୍ନତି।


ନମସ୍କାର ଘେନ, ଫକୀର ଦିୱାନ,

ଇଂରେଜ ବିରୋଧୀ ତତ୍ତ୍ଵ,

ଭୋଳାନାଥିଆ କୁ, ପାନ, ଗୁଆ ପାଇଁ,

ସୁ -ଚିନ୍ତିତ ମତାମତ।


ଜନ୍ମଭୂମି ଆଉ ଜନ୍ମମାଟି ସିଏ,

ଜନ୍ମଦାତ୍ରୀ, ମା' ମୋର

ସେ ଗ୍ରାମେ ମୋହର ଅନ୍ତିମ ଜୀବନ,

 ମୋ ଗ୍ରାମ ମଲ୍ଲିକାଶପୁର।

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍