STORYMIRROR

Madhusmita Prusty

Others

3  

Madhusmita Prusty

Others

ଋତୁରାଜ

ଋତୁରାଜ

1 min
235

ଶୀତ ଚାଲିଗଲା କମ୍ବଳ ଆଡେଇ

କରୋନାର ଦୁଃଖ ଦେଇ,

ବସନ୍ତ ଆସିଛି ନୂଆ ଆଶାନେଇ

ନାନା ରଙ୍ଗରେ ସଜେଇ ।


ଘଞ୍ଚଆମ୍ବ ଡାଳେ କୋଇଲିର କୁହୁ

ମଧୁର ଗୁଞ୍ଜନ ଭରି,

ନାନା ପରବରେ ସଜେଇ ନିଜକୁ

ହସିବ ଧରଣୀରାଣୀ ।


କି ସୁନ୍ଦର ଦିଶେ ହଳଦୀ ବସନ୍ତ

ହଳଦୀ ଦେହରେ ବୋଳି,

ଆଗକୁ ଆସୁଛି ଦୋଳ ମହୋତ୍ସବ

ଯାନିଯାତ୍ରା ପର୍ବ ମେଳି ।


ଜାଗର ରାତ୍ରିରେ ଉଜାଗର ରହି

ଶ୍ରଦ୍ଧାର ଦୀପଟେ ଜାଳି,

ହର ପାର୍ବତୀଙ୍କ ବିଭା ଉତ୍ସବରେ

ମନ୍ଦିରରେ ଜନମେଳି ।


ଗାଁ ତୋଟାମାଳେ ଆମ୍ବ ବଉଳର

ବାସ ଛୁଟେ ମନଲୋଭା,

ଦୋଳବେଦୀ ପରେ ରାଧା ଦାମୋଦର

ବେଶଟି ପାଇବ ଶୋଭା ।


ରଙ୍ଗ ଅବିରର ପର୍ବଟି ଆସୁଛି

ଦେହେ ରଙ୍ଗ ବୋଳାବୋଳି,

ସୁଖମୟ ହେଉ ବସନ୍ତ ରୁତୁଟି

ଖୁସିରେ ଖେଳିବା ହୋଲି ।


ମହାମାରୀ ଚାଲିଯାଉ ବହୁଦୂରେ

ନଫେରୁ ଏ ଧରାଧାମ,

କଣ୍ଟକିତ ପଥେ ପୁଷ୍ପ ବୃଷ୍ଟିହେଉ

ଜୀବନ ପଥ ସୁଗମ ।


ଋତୁରାଜ ତୁମେ ତୁମ ଆଗମନେ

ମନରେ ଉତ୍ସାହ ବଢ଼େ,

ସ୍ୱାଗତ ତୁମକୁ ଏ ଧରା ବକ୍ଷକୁ

ସୁଖ ବାଣ୍ଟ ଚାରିଆଡେ 



Rate this content
Log in