STORYMIRROR

Er. Prakash Majhi

Others

3  

Er. Prakash Majhi

Others

ଋତୁରାଜ ବସନ୍ତ

ଋତୁରାଜ ବସନ୍ତ

1 min
367


ନଭ-ଧରା ଧାମେ ସଞ୍ଚାରେ ଆନନ୍ଦ

ଋତୁରାଜ ଆଗମନେ

ସ୍ୱାଗତ କରଇ କୋକିଳ ଓ ମଧୁ

ଗାନ କରି କୁହୁ ତାନେ। {୧}


ପ୍ରତିଟି ପଲକେ ଭରଇ ପୁଲକ

ଆନନ୍ଦ, ଉଲ୍ଲାସ ଆଣେ

ଦକ୍ଷିଣୁ ସୁରଭି ଚୋରି କରି ଆଣି

ମହକଟି ବିତରଣେ। {୨}


ସୁମଞ଼଼୍ଜୁଳ ରସାଳ କୁଞ୍ଜର ଗହଳ

ଶାଖାରେ ବକୁଳ-ଭକ୍ଷି

କୋକିଳ ପଞ୍ଚମ ତାନେ ସୃଷ୍ଟି ହୁଏ

ପୁଷ୍ପ ଟାଣେ ମଧୁମକ୍ଷି। {୩}


ହୁଅଇ ଜଗତ ନବ କିଶଳୟ

ଅସାମାନ୍ୟ ଧବଳତା

ନାନା ରଙ୍ଗେ ପୁଷ୍ପ ରାଜିରେ ଭରଇ

ବିଶୋଭିତ ତରୁଲତା। {୪}


ସୂର୍ଯ୍ୟର ରୁଦ୍ରତା, ଶୀତ ଶୀତଳତା

ନାହିଁ ବରଷା ସାନ୍ଦ୍ରତା

ଆମ୍ବ ବଉଳର ମଧୁର ବାସନେ

ଶିହରଣେ ଉଲ୍ଲସତା। {୫}


ମନ୍ଦମଳୟର ରସିକ ଗ୍ରାହକ

ଫୁଲର ସେ ମହାସଭା

ଗୋପାଳ ପୁଅର ଲଉଡି ଖେଳ

ବସନ୍ତୋତ୍ସବର ଶୋଭା। {୬}


ଝୁଲଣ ମଣ୍ଡପେ ଦୋଳ ଝୁଲଣ

ହୋଲି ଖେଳ ଆମନ୍ତ୍ରଣ

ବସନ୍ତ ରାତିରେ ରତି ପ୍ରୀତି ଭରେ

ଅଛି ବି ଗୀତି ଗୁଞ୍ଜନ। {୭}


Rate this content
Log in