STORYMIRROR

pratap nayak

Others

3  

pratap nayak

Others

ଋତୁ ମାଳମାଳ

ଋତୁ ମାଳମାଳ

1 min
317


ସେଦିନ ପଖାଳ .....

ଯାଇଛିଲୋ ସଜନୀ !

ଅନାବନା କିଆରିରେ

ଋତୁ ମାଳମାଳ....

ରୁଆ ପୋତା ହୁନ୍ଦରରେ

ଦୋଳି ଖେଳେ ଏ କାଳ ଫଗୁଣ .....

ଅସୁମାରୀ ଖରାବେଳ

ଚାଟିଯାଏ ମୋ ପିଠି

ମୋ ଆଖି ମୋ ଅବୟବ....

ଖଟା ଧକ୍କାରର ତୁଣ୍ଡ

ହେଣ୍ଡିମାରେ ଆମ୍ବ ଟାକୁଆରେ...

ତୋ ବେଣୀର ଗନ୍ଧ !

ଫୁରୁକୁଟିଆ

ମୋ ନସରପସର ଝାଳର ବି ଗନ୍ଧ

ସେମିତି ସେମିତି....

ଉଲୁଗୁଣାର ହାତ ପାହାନ୍ତା ସମ୍ବୋଧନ

ମୂର୍ଧନା ସଜାଏ ଫଟାରସିକର .....

ଯେମିତି ଲହରେଇ ଯାଏ ମଳୟ

ଅନାବନା ଆମ କିଆରିରେ...

ସେକାଳ ପଖାଳ ଯାଇଛିଲୋ ସଜନୀ

ଏଠି ଖାଲି ଋତୁ ମାଳମାଳ

ଋତୁ ମାଳ ମାଳ.....

***********

ପ୍ରତାପ ନାୟକ

7008054282


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍