STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Others

3  

ଓଡ଼ିଆ ଗଳ୍ପ ଓ କବିତା - ୧

Others

ରତ୍ନାକର ଚମ୍ପୂ (ଘ)

ରତ୍ନାକର ଚମ୍ପୂ (ଘ)

1 min
377

ରତ୍ନାକର ଚମ୍ପୂ

(ଚୌପଦୀ ରତ୍ନାକର)

(4)


ଶ୍ରୀକୃଷ୍ଣ ଙ୍କ ପ୍ରତି ସଖୀ

ରାଗ - ପଞ୍ଚମ ବରାଡୀ –ଝୁଲା

ଘାରିହେଲା ପରି କାମ ଅମଳେ ତ ବସ ଶ୍ୟାମ

ତାମରସ ମୁଖେ ନାହିଁ ହାସ

ଘଡିକୁ ଘଡି ତ ମୋହ ଉଡୁ ଅଛି ତୁମ୍ଭ ଦେହ

କି ବାରଣେ କର ପରକାଶ .

ହେ ଘନଶ୍ୟାମ,

ଘାଣ୍ଟିହେଲା ପରି ତୁମ୍ଭ ମନ

ଘର୍ମ ବିନ୍ଦୁ ବହେ ଅପଘନ,

ଘୋଷୁଛ ତ ପରା ନବବାଳା ନାମ ମନ୍ତ୍ର ଭାବ-

ବଶେ ତାମୂରତି କରି ଧ୍ୟାନ(1)

ଘନ ବଘନା କେ ଭୂରୁ ଶୁଭାଙ୍ଗୀ ବିଭ୍ରମ ଚାରୁ-

କଟାକ୍ଷ ବିକ୍ଷଣେ ତୁମ୍ଭ ଚିତ୍ତ

ଘେନିଗଲା କି ହେ ହରି, ନୋହିଲେ କି ଏତେ ସରି

ଅଶକତ ହୋଇ ରହି ଥାନ୍ତ

ହେ ଘନଶ୍ୟାମ,

ଘଟିବ କି ନାହିଁ ନ ବିଚାରି

ଘନନୀଳ ଶ୍ରୀଅଙ୍ଗ ମାଧୁରୀ .

ଘୋର ବିରହ ଦହନ, ଝାସେ କରାଇ ନିଉନ

ଦଶ କଳା ଶେଷ ଚନ୍ଦ୍ରପରି ହେ(2)

ଘୃତ କି ତରଳ ନୋହିଁ,ଅନଳ ସମୀପେ ରହି-

ପାରେ ଏହା ନ ଜାଣେ କି ମୁହିଁ

ଘରେ ସ୍ପୁଟ ହେଲେ ତାତ, କି ବୋଲିବେଟି କହ ତ

ବିଚାର ନକର କାହିଁପାଇଁ

ହେ ଘନଶ୍ୟାମ,

ଘେନି ମୋ ବାଣୀ ଯମୁନାଜଳ-

ଘାଟ ତେଜି ଭବନକୁ ଚଳ,

ଘୋଷଣ ଆଉ ନ ଦିଅ,ବ୍ରଜ ମହାରାଜ ପୁଅ

ହେଲେ ବୋଲି ମଦନ - ଚଞ୍ଚଳ ହେ(3)

ଘୋଟି ଆସୁ ଅଛି ଅତି, ତିମିର ଶଙ୍କୁଳ ରାତି

ଜନାନ୍ତରେ କିମ୍ପା ଅଛ ବସି

ଘଟ ପ୍ରତିଘଟ ସ୍ତନ ସୃହା ଛାଡ ଏବେ ଘେନ

କରତଳେ କମନୀୟ ବଂଶୀ

ହେ ଘନଶ୍ୟାମ,

ଘୋରି ଚନ୍ଦ୍ରସାର ମନୋହର

ଘନସାର ମିଶାଇ କିଶୋର

ଘେନ ହୃଦୟରେ ସ୍ମର ତାପ ହୋଇଯିବ ଦୂର

କହେ ସ୍ନେହେ ଜଗଦ୍ୱେବ ଗିର ହେ(4)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍