STORYMIRROR

Sunanda Mohanty

Others

3  

Sunanda Mohanty

Others

ରଥଯାତ୍ରାର ସ୍ମୃତି ଯେମିତି ସେମିତି

ରଥଯାତ୍ରାର ସ୍ମୃତି ଯେମିତି ସେମିତି

1 min
170


ତୁମେ ପରମବ୍ରହ୍ମ ଅନାଦି ଅନନ୍ତ

ସଭିଙ୍କ କାଳିଆ ସାଆନ୍ତ

ବଡଦାଣ୍ଡେ ଆସ ହସ ତ ନିର୍ଲିପ୍ତ

ତୁମେ ଓମ୍ ରେ ଝଙ୍କୃତ

ଘିଡି ଘିଡି ରଥ ଦଉଡ଼ି ଭିଡି ଭକ୍ତ

ଜଣାଏ ତାହାର ଆରତ

ହେ ଦୁଃଖହାରୀ ଭକ୍ତ ସଙ୍ଗେ ଭାବ ଗୁପ୍ତ

ଉଭା ବଦ ଦାଣ୍ଡେ ଦେଖି ଭକ୍ତ ମୋହିତ

ସଂସାର ଲୀଳା ବୁଡିବାର ଭେଳା ତ୍ୱରିତ

ରକ୍ଷା କର ଆହେ ଜଗତନାଥ

ଭାଇ ଭଉଣୀ ନୁହଁନ୍ତି ଭଗାରୀ କରି ଆଦୃତ

ଶିଖାଇଛ ପ୍ରଭୁ ସାଂସାରୀ ମହତ

ଫର ଫର ଉଡେ ନୀଳଚକ୍ର ବାନା ପବିତ୍ର

ତୁମ ବିନା ଥାଏ ବଡଦେଉଳେ ଜଗି ଲକ୍ଷ୍ମୀ ମାତ

ନବଯୌବନପାଇ ହେ ବଡଗୋସେଇଁ ନାଥ

କର ବାରମାସେ ତେର ଯାତ

ଦିଆ ନିଆ ଭାବ ଡୋରି ରେ ଭକତ

ଝରାଏ ଆଖିରୁ ଅଶ୍ରୁତ

ଲୁହ ଟୋପେ ଆଉ ଭକ୍ତି ଟୋପେ ଦେଇ ଭକ୍ତ

ପାଏ ତୁମ କୃପା ଜଗତ ନାଥ

ଗଡି ଗଡି ଯାଏ ରଥ ନନ୍ଦିଘୋଷ ଜାତ

ଆଗେ ପଛେ ଭାଇ ଭଉଣୀ ସେତ

କେମିତି ସହିବେ ଜଗତ ଜନନୀ ମାଆ ସେତ

ତାଙ୍କ କଥା ହୃଦେ ଭାବଗ୍ରାହୀ ଭାବତ

ଭାଗବତ ଗୀତା ପଢ଼ି ଦୁଇ କୁଳ ହିତା ହିତ

କରେ ଦୁହିତା ପତିବ୍ରତା ଲକ୍ଷ୍ମୀ ମାଆଙ୍କଠୁ ଶିଖିତ

ଶହନ ଶକତି ଭାବ ଓ ପିରତି ଛାଡି ଗୋତ୍ର ଜାତି

ଶିଖାନ୍ତି ଜଗତର ନାଥ

ବିପଦେ ଆପଦେ ସାହା ହେବାକୁ ନିର୍ଲିପ୍ତେ

କହିଥାନ୍ତି ଗୁପତେ ଭକତେ ଜଗନ୍ନାଥେ

ସମ୍ପର୍କର ଡୋରି ମଜଭୁତ କରବାକୁ ଗୁଣ୍ଡିଚା ଜାତ

ଭୁଲିବାନି ଅଢେଇ ଦିନ ଜୀବନ କରି ସ୍ଵାଗତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍