STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ରଥର ଦେବତା ପଥର ଦେବତା

ରଥର ଦେବତା ପଥର ଦେବତା

1 min
134


କାଳିଆ ସାଆନ୍ତ କାଳିଆ ସାଆନ୍ତ 

ଜଗତେ ପଡୁଛି ହୁରି ,

ରତ୍ନ ସିଂହାସନେ ଚତୁର୍ଦ୍ଧା ମୁରତି

ଭକତଙ୍କ ପ୍ରାଣ ଡୋରୀ ।।


ବରଷକେ ଥରେ ସିଂହ ଦୁଆରରେ

ଘୋଷଯାତ ମହାପର୍ବ,

ଭକତଙ୍କ ଭିଡ ଅପୂର୍ବ ଆନନ୍ଦ 

ଓଡିଆ ଜାତିର ଗର୍ବ  ।।


ନନ୍ଦିଘୋଷ ଚଢି ଦରଶନ ଦେବେ

ଭାଇ ଭଉଣୀ ଙ୍କ ସାଥେ,

କେତେ ଦୁଃଖି ରଙ୍କି ପାପୀ ମହାପାପୀ

ଲଭିବେ ମୁକତି କେତେ ।।


ଶରଧା ବାଲିରୁ ଶରଧା ଆଶିଷ

ଝରୁଥିବ ଝରଝର,

ଘଣ୍ଟ ଘଣ୍ଟା ନାଦ ତୁରୀ ଭେରୀ କେତେ

ରଥ ଚକ ଘରଘର    ।।


ପହଣ୍ଡିରେ ବିଜେ କରିବେ ଠାକୁର

ହସିବ ଧରଣୀ ରାଣୀ,

ନୃତ୍ୟ ଗୀତ ତାଳେ ରଥ ଗଡୁଥିବ

ମନଲୋଭା ରୂପ ଠାଣି ।।


ଜଗତର ଦୁଃଖ ହୋଇଯିବ ଦୂର

ଜୀବନ ହୋଇବ ପୂର୍ଣ୍ଣ ,

ସୁଖ ଶିରୀ ଯେତେ ଅଜାଡି ପଡିବ

ଭକତେ ହୋଇବେ ଧନ୍ୟ ।।


ଭାବର ଠାକୁର ଅଭାବକୁ ଦୂର

କରୁଛୁ ତୁ କେତେ ଲୀଳା,

ମହୋଦଧି କୂଳେ ବଡ ଦେଉଳରେ

ପୂଜାପାଉ ଚକାଡୋଳା ।।


ରଥର ଦେବତା ପଥର ଦେବତା 

ଦେବତା ବିଶ୍ବ ଜନର,

ସୁଖର ସାଗରେ ବାହିବୁ ନଉକା

ଝରିବ ଅମୃତ ଧାର  ।।


ବ୍ରହ୍ମାଣ୍ଡ ଠାକୁର ସଖା ସହୋଦର

କରୁଛି ଜୁହାର ଦୂରୁ,

ଆଶିଷ ଢାଳିବୁ ପର ନ ଭାବିବୁ

କ୍ଷମା ଦେବୁ କ୍ଷମା ଗୁରୁ ।।

--------

( ପବିତ୍ର "ରଥଯାତ୍ରା "ଅବସରରେ ମୋର ସମସ୍ତ ବଂଧୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍