STORYMIRROR

Amulya Kumar Nayak

Others

4  

Amulya Kumar Nayak

Others

ରଥାରୂଢ ଜଗନ୍ନାଥ

ରଥାରୂଢ ଜଗନ୍ନାଥ

1 min
204

ରଥାରୂଢ ଜଗନ୍ନାଥ


ରଥାରୂଢ ତୁମେ ପଥାରୂଢ ତୁମେ

   ଭକ୍ତାରୂଢ ଜଗନ୍ନାଥ

ବଡଦାଣ୍ଡେ ବଡରଥ ଗଡାଉଛ

   ଚଢି ନନ୍ଦିଘୋଷ ରଥ ।।


ରତନ ବେଦୀରୁ ଜନମ ବେଦୀ ଯା

   ଲମ୍ବାଇଛ ଯେତେ ବାଟ

ନଅ ଦିନ ଖେଳ ନିଅଣ୍ଟ ନୋହିବ

   ଯେତେ ଦୁଃଖି ରଂଙ୍କି ଭେଟ ।।


ଭକତ ବାଇଆ ଭାବ ବିନୋଦିଆ

    ଭାବରେ ସେ ପରା ବନ୍ଧା

କହିବ ମାଆଙ୍କୁ ସବୁ ସେ ବଖାଣୀ

    ଯେତେ ଅଛି ଅସୁବିଧା ।।


ନାହିଁ ହାତ ଗୋଡ ତଥାପି ସେ ବଡ଼

    ତିନି ଯୁଗ ଲୀଳା କରି

ଏ କଳି ଯୁଗରେ ଦାରୁବ୍ରହ୍ମ ହେଲା

    ପଥରେ ଗମ୍ଭୀରା ପାରି ।।


ଦିନକୁ ଦିନତ ନିଅଣ୍ଟ ହେଉଛି

     ହେଲାଣି ଦୁଇ ବରଷ

ବିନା ଭକତରେ କେମିତି ଆସୁଛି

     ଲାଗେ ତାକୁ ଅଣଚାଷ ।।


ଶୁଣିବେ କି ମାତା ଶ୍ରୀଗୁଣ୍ଡିଚା ରାଣୀ

     ପୋଛିବେ ଧନର ଲୁହ

ଭକତ ନିଶ୍ବାସ ଲକ୍ଷ୍ମୀ ଅବଶୋଷ

     ପୁଣି କରୋନାର କୋହ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍