STORYMIRROR

Niranjan Sahu

Others

3  

Niranjan Sahu

Others

ରଥ ଯାତ୍ରାର କଥା

ରଥ ଯାତ୍ରାର କଥା

1 min
124

ନଅ ଦିନ ପାଇଁ ଛାଡ଼ି ଚାଲିଗଲେ

କାଳିଆ ରଜା  

ଦାଣ୍ଡରେ ବୁଲିବେ ଭକତ ଗହଣେ   ନିରଞ୍ଜନ ସାହୁ

କରିବେ ମଜା    

        

ମାଉସୀ ମାଆଙ୍କୁ ଅଝଟ କରିବେ

ଖାଇବେ ଖଜା

ଭାଇ ଭଉଣୀ ଙ୍କୁ ସାଥିରେ ଧରି

ମାରିବେ ମଜା   


ରାଗ ତମ ତମ ଲକ୍ଷ୍ମୀ ଠାକୁରାଣୀ

ଛାଡି ଚାଲିଗଲେ ବୋଲି

ରାତି ଅଧଟାରେ ରଥ କୁ ଭାଙ୍ଗିଲେ

ଦୁଃଖ କୁ ଯିବାକୁ ଭୁଲି   


ଭକତ ଭାବରେ ବନ୍ଧା ସେ କାଳିଆ

ଭକତ ହିଁ ତାର ଜୀବନ

ଵାରମାସେ ତେର ପରବ କରିଛି

ଭକତ ଜୀବନ ଧନ   


ଭକତ ପାଇଁ ସେ ସବୁ ଭୁଲିଯିବ

ସ୍ତ୍ରୀ କିବା ଅଟେ ଛାର

ଭକତ ପ୍ରେମରେ ବାୟା ସେ ହୁଅଇ

ଭକ୍ତ ପାଖେ ନିରନ୍ତର  


ଭାଇ ଭଉଣୀ କୁ ସାଙ୍ଗରେ ଆଣିଲା

ଭକତ ଦେଖିବେ ବୋଲି 

ସ୍ତ୍ରୀ ଙ୍କୁ ସାଙ୍ଗରେ ଆଣି ପାରିଲାନି

ଦେଢଶୁର ଅଛି ବୋଲି 


ଏତକ କଥାକୁ ବୁଝିପାରିଲେନି

ଲକ୍ଷ୍ମୀ ଠାକୁରାଣୀ ମାଆ

ରାଗ ତମ ତମେ ରଥ କୁ ଭାଙ୍ଗିଲେ

କଲେ ନାହିଁ ଦୟାମାୟା  


ନଅ ଦିନ ପରେ ଘରକୁ ଫେରିବେ

ଲକ୍ଷ୍ମୀ ଙ୍କ ଜୀବନ ଧନ

ଅଭିମାନ ଛାଡି ପାଛୋଟି ନେବେ

ଭୁଲିଯିବେ ଅପମାନ  


ଲକ୍ଷ୍ମୀ ମାଆ ଯେବେ ଚାଲି ଯାଇଥିଲେ

ପ୍ରଭୁ ଯାଇ ଡାକି ଆଣିଲେ

ପ୍ରଭୁ ଏବେ ଛାଡି ଚାଲିଯାଇଛନ୍ତି

କଣ ବା ଭୁଲ କରିଲେ 


ପଛକଥା ଭୁଲି ଶ୍ରୀମନ୍ଦିରରେ

ହସଖୁସିରେ ରହିବେ

ଭକତ ମାନଙ୍କୁ ଦରଶନ ଦେଇ

ଜଗତ ମଙ୍ଗଳ କରିବେ  



Rate this content
Log in